www.samajalive.in
Saturday, December 6, 2025
19.1 C
Bhubaneswar

ଗାଜାର ଏକ ଚର୍ଚ୍ଚରେ ଆକ୍ରମଣ ; ଅନେକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଇସ୍ରାଏଲ୍‌‌ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହି ଯୁଦ୍ଧରେ ପ୍ରାୟ ୫ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଲେଣି। ମଙ୍ଗଳବାର ଗାଜାର ଏକ ହସ୍ପିଟାଲରେ ରକେଟ୍‌‌ ମାଡ ହୋଇ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ ହମାସ ଇସ୍ରାଏଲ୍‌‌ ଉପରେ ଆଉ ଏକ ଦୋଷାରୋପ କରିଛି। ଏକ ଚର୍ଚ୍ଚ ପରିସରରେ ଇସ୍ରାଏଲ୍‌‌ ଆକ୍ରମଣ କରିଥିବା ନେଇ ହମାସ ଅଭିଯୋଗ କରିଛି।
ହମାସ କହିବାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଗାଜାର ଏକ ଚର୍ଚ୍ଚ ପରିସରରେ ଆକ୍ରମଣ ଫଳରେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଲୋକେ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଫଲସ୍ତିନୀ ଅଞ୍ଚଳରେ ସଂଘର୍ଷ ହେବା ପରେ ଗାଜାର ଅନେକ ବାସିନ୍ଦା ଚର୍ଚ୍ଚରେ ଆଶ୍ରୟ ନେଇଥିଲେ। ଆକ୍ରମଣ ଧାର୍ମିକ ସ୍ଥଳର ଅତି ନିକଟରେ କରାଯାଇଛି। ଏହାମଧ୍ୟରେ ଇସ୍ରାଏଲ୍‌‌ ସେନା କହିଛି,ଏହି ଆକ୍ରମଣର ତଦନ୍ତ କରାଯାଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories