www.samajalive.in
Wednesday, December 10, 2025
26.1 C
Bhubaneswar

୫ ବର୍ଷରେ ଖର୍ଚ୍ଚ ହୋଇଛି ୮୨ ହଜାର କୋଟି, ତଥାପି ୧୬ କୋଟି ଭାରତୀୟ ପାଉନାହାନ୍ତି ବିଶୁଦ୍ଧ ପାନୀୟ ଜଳ : ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ଦେଶରେ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କାରଣ ଯୋଜନା ପ୍ରସ୍ତୁତ ହେବା ଓ ଲାଗୁ ହେବା ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ଏହା ମହାଲେଖା ନିୟନ୍ତ୍ରକ (ସିଏଜି)ର ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସିଏଜି ରିପୋର୍ଟ ଅନୁସାରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଭାରତ ସରକାର ୫ ବର୍ଷରେ (୨୦୧୭ ସୁଦ୍ଧା) ୮୧,୧୬୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଦେଶର ୧୬ କୋଟିରୁ ଅଧିକ ଲୋକ ଏବେ ବି ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି। ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଜନା (ଏନ୍‍ଆରଡିିଡବ୍ଲ୍ୟୁପି)ରେ ୩୫% ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଚିହ୍ନଟ କରାଯାଇଥିଲା। ପାଇପ୍‍ ଯୋଗେ ପ୍ରତିଦିନ ବ୍ୟକ୍ତି ପିଛା ୪୦ ଲିଟର ପାଣି ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା। ତେବେ ଏହି କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାବେଳେ ମାତ୍ର ଅଧା କାର୍ଯ୍ୟ ପୂର୍ଣ୍ଣ ହୋଇଛି। ଏହାକୁ ନେଇ ସିଏଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ କାର୍ଯ୍ୟ ଶୈଳୀକୁ ନେଇ ପ୍ରଶ୍ନ କରିଛନ୍ତି। ଏନ୍‍ଆରଡିିଡବ୍ଲ୍ୟୁପି ହେଉଛି କେନ୍ଦ୍ର ଦ୍ୱାରା ପରିଚାଳିତ ଏକ ଯୋଜନା। ଦେଶର ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ଓ ରାଜ୍ୟ ସରକାର ଏଥିରେ ବୈଷୟିକ ସହଯୋଗ ପ୍ରଦାନ କରିବାର ପ୍ରାବଧାନ ରହିଛି ।
ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୮୯,୯୫୬ କୋଟି ଟଙ୍କା ବ୍ୟୟ ଅଟକଳର ଯୋଜନା ହୋଇଥିଲା। ୨୦୧୭ ସୁଦ୍ଧା ସରକାର ଏଥିରେ ୮୧,୧୬୮ କୋଟି ଟଙ୍କା ଖର୍ଚ୍ଚ କରସାରିଛନ୍ତି। ଅର୍ଥାତ ଯୋଜନାର ୯୦% ଅର୍ଥ ଖର୍ଚ୍ଚ ହୋଇ ସାରିଛି। ଏତେ ଟଙ୍କା ଖର୍ଚ୍ଚ ହେବା ପରେ ବି କଭଳି ୧୬ କୋଟି ଭାରତୀୟ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଲେ ବୋଲି ସିଏଜି ପ୍ରଶ୍ନ କରିଛନ୍ତି।
ଏହା ପୂର୍ବରୁ କେନ୍ଦ୍ର ସରକାର ଲୋକସଭାରେ ଜଣାଇଥିଲେ ଯେ ୨୦୧୭ ପର୍ଯ୍ୟନ୍ତ ୫୦% ଗ୍ରାମକୁ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ୨୦୨୨ ସୁଦ୍ଧା ୯୦% ଗ୍ରାମକୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ସିଏଜି ରିପୋର୍ଟରେ ୨୦୧୭ ସୁଦ୍ଧା ମାତ୍ର ୪୪% ଲୋକଙ୍କୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ଜଣାଯାଇଛି। ଯୋଜନା ପ୍ରସ୍ତୁତ ହେବା ଓ ଲାଗୁ ମଧ୍ୟରେ ଏକ ବଡ଼ ଅନ୍ତର, ସମନ୍ବୟର ଅଭାବ ଏବଂ ଖରାପ ପରିଚାଳନା ଯୋଗୁଁ ପାଇପ୍ ଜଳ ଯୋଗାଣ ଯୋଜାନ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି ସିଏଜି ଦର୍ଶାଇଛନ୍ତି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories