www.samajalive.in
Monday, December 8, 2025
13.1 C
Bhubaneswar

ଗଞ୍ଜାମ ତହସିଲ ପକ୍ଷରୁ ୧୩୪ ପରିବାରକୁ ପଟ୍ଟା ବଣ୍ଟନ

ଗଞ୍ଜାମ : ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲି ଗ୍ରାମରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ୧୪ ନଂ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, ମଲାଡ଼ ପଞ୍ଚାୟତ ସରପଞ୍ଚ ମମତା ବେହେରା, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ। ଏହି ଅବସରରେ କୁଶପଲି ଗ୍ରାମର ୧୩୪ ପରିବାରଙ୍କୁ ଘର ବାରି ପଟ୍ଟା ପ୍ରଦାନ କରାଯାଇଥିଲା। ପୂର୍ବରୁ ଲୋକମାନଙ୍କୁ ପଟ୍ଟା ଓ ବିଭିନ୍ନ ସାର୍ଟିଫିକେଟ ନିମନ୍ତେ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ସେହି ସୁବିଧା ଏବେ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ବିଧାୟକ କହିଥିଲେ। ଛତ୍ରପୁର ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଲୋକଙ୍କୁ ଗ୍ରାମ କଣ୍ଟକ ପଟ୍ଟା ଦେବାରେ ଗଞ୍ଜାମ ତହସିଲ ଜିଲାରେ ଏକ ନମ୍ବର କହି ପ୍ରଶଂସା କରିଥିଲେ। ଗଞ୍ଜାମ ତହସିଲଦାର ତାଙ୍କ ଟିମ୍ ଲୋକଙ୍କ ଘରକୁ ଯାଇ ରାଜସ୍ବ ରଥ ମାଧ୍ୟମରେ ପଟ୍ଟା ବଣ୍ଟନକୁ ବିଧାୟକ ଏବଂ ଉପଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଆଇ ରବୀନ୍ଦ୍ର ପ୍ରଧାନ, ସମସ୍ତ ତହସିଲ କର୍ମଚାରୀ ପରିଚାଳନା କରିଥିଲେ। ଜିଲ୍ଲାରେ ୨୫ ହଜାର ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନ ପାଇଁ ଲକ୍ଷ ରଖାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories