www.samajalive.in
Wednesday, December 10, 2025
14.1 C
Bhubaneswar

ଦେଶ ଓ ପରିବାର ମଝିରେ ଫସିଛି ‘ଟାଇଗର ୩’, ପହଞ୍ଚିଗଲା ପାକିସ୍ତାନ; ଦେଖନ୍ତୁ ଦମ୍‌ଦାର ଟ୍ରେଲର..

ମୁମ୍ବଇ: ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ସଲମାଲ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଆମେ ଜାଣନ୍ତି ଯେ, ଭାଇଜାନ୍‌ଙ୍କ ଟାଇଗର ସିରିଜ୍‌ ଆକ୍ସନରେ ଭରପୁର ରହିଥାଏ। ଠିକ୍‌ ଏମିତି ହିଁ କିଛି ଦେଖିବାକୁ ମିଳିଛି ‘ଟାଇଗର ୩’ର ଟ୍ରେଲରରେ। ‘ଟାଇଗର ୩’ରେ କେବଳ ଆକ୍ସନ-ଆକ୍ସନ ଆଉ କେବଳ ଆକ୍ସନ ଭରି ରହିଛି। ଟ୍ରେଲରରେ ସଲମାନ ଖାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‌ ମଧ୍ୟ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ସେହିପରି ଟ୍ରେଲରରେ ଭିନ୍ନ ଓ ଆକର୍ଷଣୀୟ ଅବତାରରେ ନଜର ଆସିଛନ୍ତି ଇମ୍ରାନ ହାଶମୀ।

ସାମାଜିକ ଗଣମାଧ୍ୟମରେ ‘ଟାଇଗର ୩’ର ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଭାଇରାଲ ହେବାରେ ଲାଗିଛି। ଟ୍ରେଲର ଆରମ୍ଭରେ ଇମ୍ରାନ ହାଶମୀଙ୍କ ସଂଳାପ ଶୁଣିବାକୁ ମିଳିଛି। ଏହାପରେ ସଲମାନ ଓ କ୍ୟାଟ୍ରିନାଙ୍କ ଏଣ୍ଟ୍ରି ହେଉଛି। ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଟାଇଗର ଉଭୟ ଦେଶ ଏବଂ ନିଜ ପରିବାର ପାଇଁ ଲଢୁଥିବା ଦେଖିବାକୁ ମିଳିବ। ମନୀଷ ଶର୍ମା ନିର୍ଦେଶିତ ଏହି ଚଳଚ୍ଚିତ୍ର ନଭେମ୍ବର ୧୨ ଦୀପାବଳି ଅବସରରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories