www.samajalive.in
Saturday, December 6, 2025
19.1 C
Bhubaneswar

ଜାଗୁଳା ପଂଚାୟତରେ ମୋ ଦେଶ,ମୋ ମାଟି କାର୍ଯ୍ୟକ୍ରମ

ଧାମରା : ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ହୋଇଥିବା କାର୍ଯ୍ୟକ୍ରମରେ ମା ଧାମରାଇ ମଣ୍ଡଳ ସମସ୍ତ ସଭ୍ୟ ଯୋଗ ଦେଇ ପ୍ରତି ଘର ଘର ବୁଲି ମାଟି ସଂଗ୍ରହ କରିବା ସମୟରେ ମହିଳା ମାନଙ୍କ ଦ୍ୱାରା ଘଂଟ ଏବଂ ଶଙ୍ଖ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଥିଲା। ପ୍ରତି ଘରୁ ମାଟି ସଂଗ୍ରହ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର, ମା ଧାମରାଇ ମଣ୍ଡଳ ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ, ଜାଗୁଳା ପଂଚାୟତର ସଭାପତି ସରୋଜ ଲେଙ୍କା, ଦୀପକ ବେହେରା, ମାନସ ନାୟକ, ଚନ୍ଦନ ଜେନା, ଗୋବର୍ଧନ ବାରିକ, ସୁନାକର ଜେନା, ମନୋରଞ୍ଜନ ଲେଙ୍କା, ଚନ୍ଦ୍ରଶେଖର ଜେନା, ରତିକାନ୍ତ ଜେନା, ଅରୁଣ ଦାସ, ବିଜୟ ପ୍ରତାପ ଜେନାଙ୍କ ସହ ବହୁ ରାଷ୍ଟ୍ରବାଦୀ ଯୁବ ବନ୍ଧୁ ମାନେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories