www.samajalive.in
Sunday, December 7, 2025
16.1 C
Bhubaneswar

ପୁରୁଣା କଟକ ପୁଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ; ବାଇକ୍ ରାଲି

ହରଭଙ୍ଗା: ଓଡ଼ିଶା ସରକାରଙ୍କ ପକ୍ଷରୁ ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ରାଜ୍ୟବାସୀଙ୍କୁ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ପୁଲିସ ଏହାର ପ୍ରତ୍ୟେକ ଥାନା ଅଞ୍ଚଳରେ ଜନସାଧାରଣଙ୍କୁ ସାଇବର ଠକେଇରୁ ନିଜକୁ କିଭଳି ମୁକ୍ତ ରଖିପାରିବେ ସେ ସମ୍ପର୍କରେ ଗାଁ ଗାଁ ବୁଲି ସଚେତନ କରିବାରେ ତତ୍ପର ଥିବା ଦେଖିବାକୁ ମିଳିଛି। ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ଵରେ ଗୁରୁବାର ସାଇବର ରଥକୁ ପୁରୁଣା କଟକ ସହର ପରିକ୍ରମା କରାଯାଇଥିଲା। ସାଇବର ରଥକୁ ପୁରୁଣା କଟକ ପହଞ୍ଚିବା ପରେ ପ୍ରଥମେ ଭୈରବୀ ମନ୍ଦୀର ନିକଟରେ ପୁରୁଣାକଟକ ବଣିକ ସଂଘ ସଭାପତି ଅଜିତ ଦେହୁରୀ, ସମ୍ପାଦକ ସନ୍ତୋଷ ପ୍ରଧାନ, ଭୈରବୀ ମନ୍ଦିର କମିଟି ସଭାପତି ସୁରେନ ପ୍ରଧାନ, ଭୈରବୀ କ୍ଲବ ସଭାପତି ଅକ୍ରୁର ସେଠି, ସମ୍ପାଦକ ତୁଷାର ସାହୁ ପ୍ରମୁଖ ସ୍ବାଗତ କରିଥିଲେ। ଏହାପରେ ସଚେତନତା ରଥ ସହ ଏକ ବାଇକ୍ ରାଲିରେ ପୁରୁଣା କଟକ ସହର ପରିକ୍ରମା କରିଥିଲା। ସାଇବର ରଥକୁ ପୁରୁଣା କଟକ ଭୈରବୀ ଜୁନିଅର କଲେଜଠାରେ ସ୍ୱାଗତ କରାଯିବା ପରେ ରଥ ଯାଇ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ପହଞ୍ଚି ଥିଲା। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ସବଇନସ୍ପେକ୍ଟର ତୁଲାରାମ ମହାନନ୍ଧିଆ, ସସ୍ମିତା ମଗର, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ, ଅଧ୍ୟାପକ ପ୍ରମୋଦ ମହାପାତ୍ର, ଲଳିତ ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ଉପସ୍ଥିତ ଅତିଥିମାନେ ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ଆର୍ଥିକ କାରବାର, ଅନଲାଇନ୍ ସପିଙ୍ଗ୍‌, କେୱାଇସି, ଆଧାର, ପାନ୍‌, ସର୍ଚ୍ଚ ଇଞ୍ଜିନ୍ ବ୍ୟବହାର, ନିଯୁକ୍ତି, ଲୋନ୍ ଆପ୍‌, ମୋବାଇଲ ଟାୱାର ବସାଣ ପ୍ରଭୃତି କ୍ଷେତ୍ରରେ ହେଉଥିବା ଠକେଇରୁ ସତର୍କ ରହିବା ପାଇଁ ନିଜର ଅଭିଭାଷଣ ରଖୁଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁଣା କଟକ ଥାନାର ସମସ୍ତ କର୍ମଚାରୀ ସାହାଯ୍ୟ ସହଯୋଗ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories