www.samajalive.in
Tuesday, December 9, 2025
19.1 C
Bhubaneswar

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ଭୁବନେଶ୍ୱର

ବରଗଡ଼ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମହାରାଜା କଂସ ଭୂମିକାରେ ଅଭିନୟ ପାଇଁ ପୁନଃ ମନୋନୀତ ହେବା ପରେ ଭୁବନେଶ୍ୱର ପ୍ରଧାନ ରବିବାର ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ ପ୍ରଥମେ ବରଗଡ଼ ତଳିପଡାସ୍ଥିତ ସମଲେଶ୍ୱରୀ ମନ୍ଦିରକୁ ଆସି ମା’ଙ୍କୁ ଦର୍ଶନ କରିଥିଲେ। ଏହା ପରେ ହାଟପଦାସ୍ଥିତ ଦୁର୍ଗା ମନ୍ଦିର ଏବଂ ମା’ ଶ୍ୟାମାକାଳୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।
ଗତ ବର୍ଷର ଅଭିନୟରେ ଯେଉଁ ସବୁ ତ୍ରୁଟି ରହିଥିଲା ତାକୁ ଚଳିତ ବର୍ଷ ସୁଧାର ଆଣିବେ ବୋଲି ଭୁବନେଶ୍ୱର କହିଛନ୍ତି। ଚଳିତ ବର୍ଷର ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କଂସ ଅଭିନୟର ଅଭ୍ୟାସ ନିଜେ ନିଜେ ଆରମ୍ଭ କରି ଦେଇଛନ୍ତି। ଅଭିନୟର ସମସ୍ତ ଦିଗକୁ ଗୁରୁତ୍ୱ ଦେଇ ଯେମିତି ଧନୁଯାତ୍ରା ଅତି ଜୀବନ୍ତ ଓ ଉଚ୍ଚକୋଟିର ହେବ ସେଥିପାଇଁ ସେ ସମର୍ପିତ ଓ ବଦ୍ଧ ପରିକର ବୋଲି କହିଛନ୍ତି। ମା’ ସମଲେଶ୍ୱରୀ ମନ୍ଦିରରେ ଆଶୀର୍ବାଦ ଭିକ୍ଷା ସମୟରେ ମନ୍ଦିରର ପୂଜକ ରତ୍ନାଙ୍କର ଝାଙ୍କର ପୂଜାର୍ଚ୍ଚନା କରିବା ସହିତ ଦେବୀଙ୍କ ଆଜ୍ଞାମାଳ ଭୁବନେଶ୍ୱରଙ୍କ ଗଳାରେ ପିନ୍ଧାଇଥିଲେ। ଏ ସମୟରେ ଗୋପପୁର କମିଟିର ବର୍ଷିୟାନ ସଭ୍ୟ ଦୟାନିଧି ପ୍ରଧାନ, କଳାକାର ଚିତ୍ତରଞ୍ଜନ ପ୍ରଧାନ, ଚୈତନ୍ୟ ପାଇକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories