www.samajalive.in
Wednesday, December 10, 2025
14.1 C
Bhubaneswar

ଶଙ୍ଖ ଧ୍ବନିରେ ପ୍ରକମ୍ପିତ ଅତାବିରା

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଅତାବିରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅତାବିରା ଓ ଭେଡେନ ବ୍ଲକର ସମସ୍ତ ବିଜେଡି କର୍ମୀ ତଥା ଜନସାଧାରଣ ବାହାରି ଅତାବିରା ଆରଏମସି ମାର୍କେଟ ପଡ଼ିଆରୁ ହଜାର ହଜାର ମାତ୍ରାରେ ମହିଳା ଓ ଯୁବପୀଢ଼ିଙ୍କୁ ନେଇ ବାଦ୍ୟ ତଥା ଶଙ୍ଖ ଧ୍ଵନିର ତାଳେ ତାଳେ ସହର ପରିକ୍ରମା କରିଥିଲେ। ପଦଯାତ୍ରା ଦୁର୍ଗା ମନ୍ଦିର ନିକଟରେ ପହଞ୍ଚିବା ପରେ ମା’ଙ୍କ ପୂଜାର୍ଚ୍ଚନା ପରେ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲା। ଏହି ପଦଯାତ୍ରାଟି ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ, ଢେଙ୍କାନାଳ ବିଧାୟକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ସାମଲ ବିଜେଡି ପଟୁଆର ନେଇ ସଭା ସ୍ଥଳରେ ପହଞ୍ଚିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ସ୍ବର୍ଗତ ଜୟ ପ୍ରକାଶ ନାରାୟଣ ଓ ମା’ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପୂର୍ବକ ସଭା ଆରମ୍ଭ ହୋଇଥିଲା। ଏହାପରେ ଲରମ୍ଭା କଲେଜର ଛାତ୍ରୀମାନଙ୍କ ଦ୍ଵାରା ଗଙ୍ଗାଧରଙ୍କ ରଚିତ ଗୀତ ସ୍ବାଗତ ସଙ୍ଗୀତ ଭାବେ ଗାନ କରିଥିଲେ। ଏନଏସି ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ। ବରଗଡ଼ ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ନିଲ କୁମାରୀ ନାଏକ, ଜିଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦୀପାଲି ଦାସ, ଅତାବିରା ଓ ଭେଡେନ ବ୍ଲକର ସମସ୍ତ ଜିଲ୍ଲା ପରିଷଦ, ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବେହେରା, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ରାଜ୍ୟ ବିଜେଡି ମହିଳା ଉପସଭାନେତ୍ରୀ ସୁଜାତା ପଣ୍ଡା ମଞ୍ଚାସୀନ ରହିଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସାମଲ ବର୍ତ୍ତମାନ ମହିଳାମାନଙ୍କୁ ଶିଳ୍ପପତି କରିବା ପାଇଁ ୧୫ରୁ ୨୦ ଏକର ଜମିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦ଲକ୍ଷ ଟଙ୍କା ଋଣ ପ୍ରଦାନ କରିବେ। ସେଥି ମଧ୍ୟରୁ ୭୫ଭାଗ ଋଣ ସରକାର ବହନ କରିବେ ବୋଲି ନିଜ ବକ୍ତବ୍ୟରେ ମିଶନ ଶକ୍ତି ମହିଳାମାନଙ୍କୁ ସୂଚନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ଘଡ଼େଇ ନିଜ ବକ୍ତବ୍ୟରେ ସାମିଲ ହୋଇଥିବା ମହିଳାମାନଙ୍କୁ ୨୩ ବର୍ଷରେ କାର୍ଯ୍ୟକାରୀ କରିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସ୍ଥାନୀୟ ବିଧାୟିକା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାର ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ। ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳଗୁଡିକ ନିଜ ନିଜର ନୃତ୍ୟ ପରିବେଷଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories