www.samajalive.in
Sunday, December 14, 2025
14.1 C
Bhubaneswar

ଟିଡିପି ସାଂସଦଙ୍କ ୫,୭୦୦ କୋଟି ଟଙ୍କାର ଜାଲିଆତି ଧରାପଡ଼ିଲା

ହାଇଦ୍ରାବାଦ୍‍: ତେଲୁଗୁ ଦେଶମ ପାର୍ଟି ରାଜ୍ୟ ସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ୱାଇ ଏସ୍‍ ଚୌଧୁରୀଙ୍କ ପ୍ରାୟ ୫,୭୦୦ କୋଟି ଟଙ୍କାର ଜାଲିଆତି କାରବାର ଧରାପଡ଼ିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଜାଲ୍‍ କାଗଜପତ୍ର ଜମା କରି ଚୌଧୁରୀଙ୍କ ମାଲିକାନାରେ ଥିବା କମ୍ପାନୀ ନାମରେ ବିପୁଳ ପରିମାଣର ବ୍ୟାଙ୍କ ଋଣ ଉଠାଯାଇଥିବା ଇଡି ଅଧିକାରୀମାନେ ତଦନ୍ତ ବେଳେ ଜାଣିପାରିଛନ୍ତି। ଆସନ୍ତା ୨୭ ତାରିଖ ଦିନ ତାଙ୍କୁ ହାଜର ହେବା ପାଇଁ ଇଡି ପକ୍ଷରୁ ସମନ୍‍ ଜାରି କରାଯାଇଛି।
ଗତ ଶୁକ୍ରବାର ସାଂସଦ ଶ୍ରୀ ଚୌଧୁରୀଙ୍କ ହାଇଦ୍ରାବାଦ୍‍ ଓ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଠାରେ ଥିବା ଫେରାରି, ରେଞ୍ଜ ରୋଭର, ମର୍ସିଡିଜ୍‍ ବେଞ୍ଜର ୬ଟି ବିଳାସପୂର୍ଣ୍ଣ କାରକୁ ଇଡି ଅଧିକାରୀମାନେ ଜବତ କରିଛନ୍ତି। ସାଂସଦ ଓ ତାଙ୍କ ସହଯୋଗୀମାନେ ୧୨୦ଟି ସେଲ୍‍ କମ୍ପାନୀ(ଜାଲ୍‍) ଚଲାଉଥିବା ମଧ୍ୟ ଜଣାପଡ଼ିଛି। ତାଙ୍କ ମାଲିକାନାରେ ଥିବା କମ୍ପାନୀ ସେଣ୍ଟ୍ରାଲ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆରୁ ୧୩୩ କୋଟି, ଆନ୍ଧ୍ର ବ୍ୟାଙ୍କରୁ ୭୧ କୋଟି ଓ କର୍ପୋରେସନ୍‍ ବ୍ୟାଙ୍କରୁ ୧୫୯ କୋଟି ଟଙ୍କା ନେଇ ଶୁଝି ନଥିଲେ। ଏହାପରେ ତିନି ବ୍ୟାଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ କରାଯାଇଥିଲା। ସିବିଆଇ ବେଙ୍ଗାଲୁରୁ ଶାଖାର ତଦନ୍ତ ଆଧାରରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିଲା। ଅପରପକ୍ଷରେ ଇଡିର ଅଭିଯୋଗକୁ ସାଂସଦ ଶ୍ରୀ ଚୌଧୁରୀ ଅସ୍ୱୀକାର କରିଛନ୍ତି। କୌଣସି କମ୍ପାନୀର ପରିଚାଳନା ମଣ୍ଡଳୀରେ ତାଙ୍କ ନାମ ନଥିବା ସେ ଦାବି କରିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories