www.samajalive.in
Saturday, December 13, 2025
26.1 C
Bhubaneswar

ପଶ୍ଚିମବଙ୍ଗ ମନ୍ତ୍ରୀ, ବିଧାୟକଙ୍କ ଘରେ ସିବିଆଇ ଚଢ଼ଉ

କଲକାତା : ପଶ୍ଚିମବଙ୍ଗର ସହରାଞ୍ଚଳ ବିକାଶ ଓ ପୌରାଞ୍ଚଳ ବ୍ୟାପାର ମନ୍ତ୍ରୀ ତଥା କଲକାତା ମେୟର ଫିରହାଦ୍ ହାକିମ ଓ ଶାସକ ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ରଙ୍କ ଘରେ ରବିବାର ସିବିଆଇ ଚଢଉ କରିଛି । ରାଜ୍ୟର ବିଭିନ୍ନ ପୌରସଂସ୍ଥାରେ କର୍ମଚାରୀ ନିଯୁକ୍ତି ଅନିୟମିତତା ଅଭିଯୋଗର ତଦନ୍ତ କ୍ରମରେ ସିବିଆଇ ଏହି ଚଢଉ କରିଛି । ଚଢଉ ସମୟରେ ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ମନ୍ତ୍ରୀ ହାକିମଙ୍କୁ ଜେରା କରିଥିବା ଜଣାଯାଇଛି। ତେବେ ସିବିଆଇର ଏହି ଚଢଉକୁ ତୃଣମୂଳ କଂଗ୍ରେସ କର୍ମୀମାନେ ବିରୋଧ କରିବା ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୦୨୧ରେ ସିବିଆଇ ନରଦା ଷ୍ଟିଙ୍ଗ ଅପରେସନ ମାମଲାରେ ହାକିମ ଓ ମଦନ ମିତ୍ରଙ୍କୁ ଗିରଫ କରିଥିଲା। ସେହିପରି ୨୦୧୪ରେ ସାରଦା ଚିଟଫଣ୍ଡ ମାମଲାରେ ମଧ୍ୟ ମଦନ ମିତ୍ର ସିବିଆଇ ଦ୍ବାରା ଗିରଫ ହୋଇଥିଲେ। ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଥିନ ଘୋଷଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। ଅଭିଯୋଗ ଅନୁଯାୟୀ ୨୦୧୪ରୁ ୨୦୧୮ ବିଭିନ୍ନ ପୌରସଂସ୍ଥାରେ ବେଆଇନ ଭାବେ ୧୫୦୦ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories