www.samajalive.in
Sunday, December 14, 2025
26.1 C
Bhubaneswar

ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ : ମମିତାଙ୍କ ମାଆ ତୁଳସୀ ମେହେର

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା ତୁରେକେଲା ଥାନା ଝରନୀ ଗ୍ରାମର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାକୁ ଆଜି ପୁରିଛି ୨ ବର୍ଷ। ମୁଖ୍ୟ ଅଭିଯୁକ୍ତ ଜେଲରେ ସନ୍ଦେହଜନକ ମୃତ୍ୟୁ ଓ ହତ୍ୟା ଘଟଣାରେ ସହଯୋଗ କରୁଥିବା ରାଧେଶ୍ୟାମ ଚଣ୍ଡୀ ବିଚାରଧିନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ଅଛନ୍ତି । ରବିବାର ମମିତା ମେହେର ପରିବାର ଲୋକଙ୍କୁ ଭେଟି ସମବେଦନା ଜଣେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ଘଟଣାରେ ଠିକ ଭାବରେ ତଦନ୍ତ ହୋଇନଥିବାରୁ ଆହୁରି ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି ।
ଅନ୍ୟପକ୍ଷରେ  ମୃତ ମମିତା ମେହେରଙ୍କ ମା ତୁଳସୀ ମେହେର ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ। ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂ ଦେଓ,ସାଂସଦ ସଂଗୀତା କୁମାରୀ ସିଂ ଦେଓ, ଜିଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଲକ୍ଷ୍ମଣ ବାଗ, ଜିଲା କାର୍ଯ୍ୟକାରୀ ସଦସ୍ୟ ଥବିର ଚନ୍ଦ୍ର ବାଗ, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories