www.samajalive.in
Sunday, December 14, 2025
26.1 C
Bhubaneswar

ମହୁମାଛି ଆକ୍ରମଣର ଆତଙ୍କ ବନ୍ଦ ହେଲା ବିଦ୍ୟାଳୟ, ବାତିଲ ହେଲା ଚାଉଳ ଯୋଗଣ

କଲମପୁର: କଲମପୁର ବ୍ଲକ ଅଧିନସ୍ତ ମୀନଗୁର ଗ୍ରାମ ଠାରେ ଅଘଟଣ। ମହୁ ମାଛିଙ୍କ ଆକ୍ରମଣର ଆତଙ୍କ ଯୋଗୁଁ ସାଧାରମରେ ଆଲୋଡନ ସୃଷ୍ଟି କରିଛି। ଏହି ମହୁ ମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଶନିବାର ବିଦ୍ୟାଳୟକୁ ଛୁଟି କରି ଦିଆଯାଇଥିବା ବେଲେ ମୀନଗୁର ପଞ୍ଚାୟତରୁ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ଚାଉଳ ଯୋଗାଣକୁ ବାତିଲ କରାଯାଇଛି।

ସୂଚନା ଅନୁସାରେ ମୀନଗୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଲାଗି ରହିଛି ଏକ ବିରାଟକାୟ ପିପଳ ଗଛ। ଯେଉଁଥିରେ ୨୦ରୁ ଅଧିକ ମହୁ ଫଣା ରହିଛି। ଶୁକ୍ରବାର ଅପରାହ୍ଣରେ କୌଣସି କାରଣରୁ କିଛି ମହୁ ମାଛି ଉଡିବୁଲି ଲୋକଙ୍କୁ କାମୁଡିଥିଲେ। ଏପରିକି ବିଦ୍ୟାଳୟର ଅହମ୍ମଦ ମହମ୍ମଦ ନାମକ ଜନୈକ ସହକାରୀ ଶିକ୍ଷକ ମଧ୍ୟ ମହୁ ମାଛି କାମୁଡାର ଶିକାର ହେଇ ଗୁରୁତର ହେଇଛନ୍ତି। ଏହାସହ ବିଦ୍ୟାଳୟକୁ ଲାଗି ରହିଥିବା ପଂ·ୟତ କାର୍ଯ୍ୟାଳୟକୁ ଆସିଥିବା କିଛି ବ୍ୟକ୍ତି ବିଶେଷ ମଧ୍ୟ ମହୁମାଛି କାମୁଡାର ଶିକାର ହେଇଥିଲେ। ତୁରନ୍ତ ବିଦ୍ୟାଳୟର କୋମଳମତି ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସାବଧାନତା ସହକାରେ ବାହାରକୁ ବାହାର କରାଯାଇ ବିଦ୍ୟାଳୟକୁ ଛୁଟି କରାଯାଇଥିଲା। ପୁଣି ଶନିବାର ସକାଳୁଆ ସ୍କୁଲ। ଛାତ୍ରଛାତ୍ରୀମାନେ ବିଦ୍ୟାଲୟରେ ପହଂଚିବା ବେଳକୁ ମହୁ ମାଛି ତାର ରାଜୁତି ଆରମ୍ଭ କରିଦେଇଥିଲା। ଧନପୁର ମୀନଗୁର ରାସ୍ତାରେ ଯାତାୟତ କରୁଥିବା ଟଙ୍କଧର ସାହୁ ନାମକ ଜନୈକ ପଥ·ରୀ ସମେତ ଅନେକ ପଥଚାରୀ ମହୁ ମାଛି କାମୁଡାର ଶିକାର ହେଇଥିଲେ। ଏଭଳି ପରିସ୍ଥିତିରେ ବିଦ୍ୟାଳୟ ଖୋଲିବା ବିପଦ ଜନକ ମନେକରି ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର କୁମାର ଭୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଘଟଣା ସମ୍ବନ୍ଧରେ ଆଲୋଚନା କରି ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟକୁ ଛୁଟି କରି ଦେଇଥିଲେ। ସେହିଭଳି ଶନିବାର ମୀନଗୁର ପଂ·ୟତ ପକ୍ଷରୁ ଭେଲାଗାଁର ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ·ଉଳ ଯୋଗାଇବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମହୁମାଛିର ଆତଙ୍କ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

- Advertisement -

ଅନ୍ୟପଟେ ଗୋଟିଏ ବିଦ୍ୟାଳୟ ପରିସରରେ ବିରାଟକାୟ ପିପିଳ ଗଛରେ ୨୦ରୁ ଅଧିକ ମହୁ ଫଣା ରହିବା ସାଧାରଣ ପଥଚାରୀ , କୋମଳମତି ଶିଶୁ ଏବଂ ପଞ୍ଚାୟତକୁ ଆସୁଥିବା ଲୋକଙ୍କ ପ୍ରତି ବିପଦ ସାଜିଛି। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବା ପାଇଁ ସାଧାରମରେ ଦାବି ହେଉଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories