www.samajalive.in
Sunday, December 14, 2025
26.1 C
Bhubaneswar

ଗଣତନ୍ତ୍ର ଓ ଗଣମାଧ୍ୟମର ଅଭିବ୍ୟକ୍ତି ଉପରେ ଆକ୍ରମଣ ଏବଂ ଗିରଫଦାରୀ ବିରୋଧରେ ଗଣ ପ୍ରତିବାଦ

ଭୁବନେଶ୍ୱର : ସରକାର ଦେଶର ଗଣତନ୍ତ୍ର, ଗଣମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରିଛନ୍ତି । ଗତ ୩ ତାରିଖରେ ଦିଲ୍ଲୀସ୍ଥିତ “ନ୍ୟୁଜ କ୍ଲିକ” ଅନ୍ ଲାଇନ ସମ୍ବାଦପତ୍ରର ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ପ୍ରବୀର ପୂରକାୟସ୍ଥଙ୍କ ବାସଗୃହ ଉପରେ ଇଡି ତରଫରୁ ଚଢ଼ାଉ କରିବା ସହିତ ତାଙ୍କର ଲାପଟପ, ମୋବାଇଲ ଫୋନ ଇତ୍ୟାଦି ଜବତ କରାଯାଇଛି। ‘ନ୍ୟୁଜ କ୍ଲିକ’ର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଏବଂ ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଅତି ସଙ୍ଗୀନ ଆଇନ ୟୁଏପିଏ(ଵେଆଇନ କାର୍ଯ୍ୟ କଳାପ ପ୍ରତିରୋଧ ଆଇନ) ରେ ଗିରଫ କରାଯାଇଛି।

ଦେଶର ଐତିହାସିକ ଚାଷୀ ଆନ୍ଦୋଳନ, ସାହିନବାଗର ନାଗରିକ ଅଧିକାର ଆନ୍ଦୋଳନ, ଜବହାରଲାଲ ବିଶ୍ୱ ବିଦ୍ୟାଳୟ ଛାତ୍ର ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ ଆଦି ଜନ ଆନ୍ଦୋଳନର ପ୍ରକାଶନ ଏବଂ ପ୍ରସାରଣ କରିଥିବା ସାମ୍ବାଦିକ ଏବଂ ସମ୍ବାଦପତ୍ର ମାନେ ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ପ୍ରକ୍ରିୟାରେ ଅନେକ ସାମ୍ବାଦିକ ମାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ପତ୍ର ଏବଂ ଏଫଆଇଆର ଦରଜ ହୋଇଛି।

- Advertisement -

ଏହା ପୂର୍ବରୁ ମଧ୍ୟ ସରକାର  ଅନେକ ଟିଭି ଚାନେଲ ଓ ସମ୍ବାଦ ସରବରାହ ସଂସ୍ଥା ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସାମଗ୍ରିକ ଭାଵେ ଏହା ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିକ, ନାଗରିକ ଅଧିକାର, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ମତବ୍ୟକ୍ତ କରିବାର ଅଧିକାର ଉପରେ ନଗ୍ନ ଆକ୍ରମଣ। ଏହି ଆକ୍ରମଣ ଏବଂ ଗିରଫଦାରୀକୁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶାର ବିରୋଧୀ ରାଜନୈତିକ ଦଳ ମାନେ ତୀବ୍ର ପ୍ରତିବାଦ କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ପ୍ରତିବାଦ ଆନ୍ଦୋଳନ ରେ ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଆଶୀଷ କାନୁନଗୋ,ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ,ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ, ଆଞ୍ଚଳିକ କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ,ସି ପି ଆଇ-ଏମ ଏଲ(ଲିବେରେସନ) ରାଜ୍ୟ ନେତା ମହେନ୍ଦ୍ର ପରିଡା,ବଂଶୀଧର ପରିଡା,ସର୍ବେଶ୍ୱର ଭାରତୀ,ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ନେତା ଲକ୍ଷ୍ମୀ ଦୋରା, ଲକ୍ଷ୍ମୀ ବାରିକ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସାଧାରଣ ସମ୍ପାଦକ ସଞ୍ଜୟ ନାୟକ,ବିଜୟ ବେହେରା, ଆମ୍ ଆଦମୀ ପାର୍ଟି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ରାଜ୍ୟ ମୁଖପାତ୍ର ସୌମ୍ୟ ରଞ୍ଜନ ସ୍ୱାଇଁ, ସଂଜୀବ ମହାନ୍ତି, ସମତା କ୍ରାନ୍ତି ଦଳରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରାୟ,ରାଜ୍ୟ ନେତା ତୁଷାରକାନ୍ତି ପଣ୍ଡା, ହରିହର ସ୍ୱାଇଁ,ସି ପି ଆଇ-ଏମଏଲ(ରେଡ ଷ୍ଟାର) ରାଜ୍ୟ ନେତା ଗୋପୀନାଥ ବାରିକ, ଯୋଗିନ୍ଦ୍ର ବେହେରା, ପ୍ରମୁଖ ବହୁ ରାଜ୍ୟ ନେତୃବୃନ୍ଦ ଏହି ପ୍ରତିବାଦ ଆନ୍ଦୋଳନ ରେ ନେତୃତ୍ୱ ନେଇଥିଲେ।

ଦେଶର ଏହି ସଂକଟ ସମୟରେ ଗଣତନ୍ତ୍ର, ଗଣତାନ୍ତ୍ରିକ ଅଧିକାର ଏବଂ ସମ୍ବାଦପତ୍ରର ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଓଡିଶାବାସୀ ଆଗେଇ ଆସିବା ନିମନ୍ତେ ମିଳିତ ବିରୋଧୀ ରାଜନୈତିକ ଦଳ ମାନଙ୍କର ରାଜ୍ୟ ନେତୃବୃନ୍ଦ ଆହ୍ୱାନ କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories