ଷାଠିବାଙ୍କୁଡା ବୈତରଣୀ ନଦୀପଠାରୁ ପୁଣି ଏକ ମଇଁଷିକୁ ଝାମ୍ଫିନେଲା ହିଂସ୍ର କୁମ୍ଭୀର
୭ଦିନ ମଧ୍ୟରେ ୨ଟି ଗୃହପାଳିତ ପଶୁଙ୍କୁ ଖାଇଲାଣି କୁମ୍ଭୀର
ଆରଡି : ଶୁକ୍ରବାର ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀପଠାରେ କିଛି ମଇଁଶି ପାଣି ପିଉଥିବା ବେଳେ ଗୋଟେ ମଇଁଷି ପଛରେ ରହିଯାଇଥିଲା ଫଳରେ ହିଂସ୍ର କୁମ୍ଭୀର ଏପରି ସୁଯୋଗ ପାଇ ନଦୀମଧ୍ୟକୁ ଝାମ୍ଫିନେଇଥିଲା । ନିକଟରେ ଥିବା କିଛି ଲୋକ ହୋ- ହାଲ୍ଲା କରିବାରୁ ଦୀର୍ଘ ସମୟ ପରେ କୁମ୍ଭୀର ମଇଁଷିକୁ ଛାଡି ଦେଇଥିଲା। ଏପରିକି ଗାଁ ଲୋକ ଡଙ୍ଗା ଭୁଟୁଭଟି ନେଇ ଗୋଡାଇଥିଲେ । ତେବେ ନଦୀରେ ପ୍ରଖର ସ୍ରୋତ ରହିଥିବାରୁ ମଇଁଷି ନଦୀରେ ବୁଡିଯାଇଥିଲା। କିଛିସମୟ ପରେ ମଇଁଷି ଭାସିବା ପରେ ଗାଁ ଲୋକ କୂଳକୁ ଆଣିଥିଲେ। ୮ଦିନ ତଳେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଓ ସାଙ୍ଗ ସାଥି ହୋଇ କିଛି ଗାଈ ଗୋରୁଙ୍କୁ ନେଇ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା ୧୫-୧୬ ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ଫି ନେଇ ନଦୀ ମଝିରେ କିଛି ସମୟ ଧରି ତାଣ୍ଡବ ରଚିଥିଲା। ଏପରି ଘଟଣା ପରେ ଗାଈ ମାଲିକ ସୁରେଶ ଓ ଗାଁ ଲୋକ ହୋ- ହାଲ୍ଲା କରିବା ସହ ଇଟା ପଥର ଫିଙ୍ଗି ଥିଲେ ମଧ୍ୟ କୁମ୍ଭୀର ନଦୀ ମଝିରେ ଗାଈକୁ ଝୁଣି ଝୁଣି ଖାଇଚାଲିଥିଲା।
Comments are closed.