www.samajalive.in
Saturday, December 13, 2025
17.1 C
Bhubaneswar

ସିଡ୍‍ନୀରେ ଭାରତ-ଅଷ୍ଟ୍ରେଲିଆ ୩ୟ ଟ୍ୱେଣ୍ଟି-୨୦

ସିଡ୍‍ନୀ : ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଟ୍ୱେଣ୍ଟି୨୦ ସିରିଜରେ ଅଦ୍ୟାବଧି ବର୍ଷା ବାଧକ ସାଜିଛି। ପ୍ରଥମ ଟ୍ୱେଣ୍ଟି-୨୦ରେ ବର୍ଷା ଯୋଗୁଁ ମ୍ୟାଚ୍‍ର ନିଷ୍ପତ୍ତି ଡକ୍‍ୱର୍ଥ-ଲୁଇସ୍‍ ନିୟମରେ ହୋଇଥିବା ବେଳେ ୨ୟ ମ୍ୟାଚରେ ବର୍ଷା ଗୋଟିଏ ପୂରା ଇନିଂସକୁ ଧୋଇ ନେଇ ଯାଇଥିଲା। ତେବେ ୨ୟ ମ୍ୟାଚ୍‍ ବାତିଲ ହେବା ଭାରତକୁ ଅଧିକ ବାଧିଥିଲା। କାରଣ ଏହି ମ୍ୟାଚରେ ଭାରତ ସୁବିଧାଜନକ ସ୍ଥିତିରେ ଥିଲା। ୧୯ ଓଭରରେ ଅଷ୍ଟ୍ରେଲିଆ ୭ ୱିକେଟରେ ୧୩୨ ରନ୍‍ କରିଥିବା ବେଳେ ବର୍ଷା ହେବାରୁ ଆଉ ଖେଳ ହୋଇନଥିଲା। ତେବେ ଏହି ବାତିଲ ମ୍ୟାଚ୍‍ ଅଷ୍ଟ୍ରେଲିଆକୁ ସୁହାଇଛି। ଏହା ନିଶ୍ଚିତ କରିଛି ଯେ ଅଷ୍ଟ୍ରେଲିଆ ଏହି ସିରିଜ୍‍ ହାରିବ ନାହିଁ ଏବଂ ଭାରତ ଏହି ସିରିଜ୍‍ ଜିତିପାରିବ ନାହିଁ। ତେବେ ଏହି ସିରିଜ୍‍କୁ ଅତିକମରେ ଭାରତ ଅମୀମାଂସିତ ରଖିପାରିବ। ଏଥିପାଇଁ ରବିବାର ଖେଳାଯିବାକୁ ଥିବା ୩ୟ ତଥା ଅନ୍ତିମ ଟ୍ୱେଣ୍ଟି-୨୦ ମ୍ୟାଚ୍‍କୁ ଭାରତକୁ ଜିତିବାକୁ ପଡ଼ିବ। ଟେଷ୍ଟ ସିରିଜ୍‍ ପୂର୍ବରୁ ଏହି ବିଜୟ ଭାରତୀୟ ଦଳକୁ ନିଶ୍ଚୟ ଉତ୍ସାହିତ କରିବ।
ଅଷ୍ଟ୍ରେଲିଆ ପାଇଁ ଏହ ମଧ୍ୟ ଏକ ଉତ୍ସାହକର ପ୍ରସଙ୍ଗ ଯେ ଷ୍ଟିଭେନ୍‍ ସ୍ମିଥ୍‍, ଡେଭିଡ୍‍ ୱାର୍ଣ୍ଣର ଓ ମିଚେଲ ଷ୍ଟାର୍କଙ୍କ ଅନୁପସ୍ଥିତି ସତ୍ତ୍ବେ ଘରୋଇ ଦଳ ଅଦ୍ୟାବଧି ସିରିଜ୍‍ରେ ଆଗୁଆ ରହିଛି। ତେବେ ୩ୟ ଟ୍ୱେଣ୍ଟି-୨୦ ମ୍ୟାଚ୍‍ ପାଇଁ ବାମହାତି ଫାଷ୍ଟବୋଲର ଷ୍ଟାର୍କଙ୍କୁ ଦଳରେ ସାମିଲ କରାଯାଇଛି। ଏହା ଅଷ୍ଟ୍ରେଲିଆକୁ ଉତ୍ସାହିତ କରିବ। ଷ୍ଟାର୍କଙ୍କ ତୀବ୍ର ଗତି ଓ ବାଉନ୍‍ସ ଭାରତୀୟ ଓପ୍‍ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନଙ୍କୁ ଅସୁବିଧାରେ ପକାଇପାରେ। ଆହତ ଫାଷ୍ଟବୋଲର ବିଲି ଷ୍ଟାନ୍‍ଲେକ୍‍ଙ୍କ ସ୍ଥାନରେ ଷ୍ଟାର୍କ ଦଳରେ ସାମିଲ ହୋଇଛନ୍ତି। ୨୦୧୬ରେ ଅଷ୍ଟ୍ରେଲିଆମାଟିରେ ଭାରତ ଟ୍ୱେଣ୍ଟି୨୦ ସିରିଜ୍‍କୁ ୩-୦ରେ ଜିତି ନେଇଥିଲା। ଏଠାରେ କ୍ରମାଗତ ୨ୟ ସିରିଜ୍‍ ଜିତିବାରୁ ଭାରତକୁ ବଞ୍ଚିତ କରିଛି ବର୍ଷା। ତେବେ ଭଲ ପ୍ରଦର୍ଶନ କରି ଭାରତ ସିରିଜ୍‍ ଡ୍ର ରଖିବାକୁ ନିଶ୍ଚୟ ପ୍ରୟାସ କରିବ। ବ୍ୟାଟିଂରେ ପୁଣିଥରେ ଭାରତ ଓପ୍‍ନିଂ ଯୋଡ଼ି ରୋହିତ ଓ ଧାୱନଙ୍କ ସହ ଅଧିନାୟକ ବିରାଟ କୋହଲିଙ୍କ ଉପରେ ନିର୍ଭର କରିବ। ପୁଣି ପ୍ରଥମ ମ୍ୟାଚରେ ମଧ୍ୟକ୍ରମରେ ଋଷଭ ପନ୍ତ୍‍ ଓ ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଦଳକୁ ଉତ୍ସାହିତ କରିଛି। ପ୍ରଥମ ମ୍ୟାଚ୍‍ରେ ଯେଉଁ ଦୁଇ ବୋଲର ଭାରତକୁ ଚିନ୍ତାରେ ପକାଇଥିଲେ; ୨ୟ ମ୍ୟାଚ୍‍ରେ ସେହି ଦୁଇ ବୋଲର ଖଲିଲ ଅହମ୍ମଦ ଓ କ୍ରୁନାଲ ପାଣ୍ଡ୍ୟା ଭଲ ବୋଲିଂ କରିଥିଲେ। ତେଣୁ ଉଭୟେ ଆଉ ଏକ ସୁଯୋଗ ପାଇପାରନ୍ତି। ତେଣୁ ୟୁଜବେନ୍ଦ୍ର ଚହଲଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ବାମହାତି ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ଭଲ ବୋଲିଂ କରିଛନ୍ତି। ଅନ୍ୟପକ୍ଷରେ ବ୍ୟାଟିଂକୁ ନେଇ ଅଷ୍ଟ୍ରେଲିଆ ସାମାନ୍ୟ ଚିନ୍ତାରେ ରହିଛି। ପ୍ରଥମ ମ୍ୟାଚରେ  ଗ୍ଲେନ୍‍ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟୋଇନିସ୍‍ ଭଲ ବ୍ୟାଟିଂ କରିଥିବା ବେଳେ ୨ୟ ମ୍ୟାଚ୍‍ରେ କେହି ଭଲ ପ୍ରଦର୍ଶନ କରି ପାରିନଥିଲେ। ଉପର ଅର୍ଡର ବ୍ୟାଟିଂକୁ ନେଇ ଅଷ୍ଟ୍ରେଲିଆ ଚିନ୍ତାରେ। ଅଧିନାୟକ ଆରୋନ୍‍ ଫିଞ୍ଚ୍‍ଙ୍କ ସହ ଡି ଆର୍ସି ସର୍ଟ ଓ କ୍ରିସ୍‍ ଲିନ୍‍ ବିଫଳ ହୋଇଛନ୍ତି। ୨ୟ ମ୍ୟାଚ୍‍ରେ ବେନ୍‍ ମ୍ୟାକ୍‍ଡରମଟ୍ଟ ଭଲ ବ୍ୟାଟିଂ କରିଥିଲେ ହେଁ ଦ୍ରୁତଗତିରେ ସ୍କୋର୍‍ କରି ପାରିନଥିଲେ। ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରିଲେ ଅଷ୍ଟ୍ରେଲିଆ ସିରିଜ୍‍ ଜିତିପାରିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories