www.samajalive.in
Monday, December 8, 2025
13.1 C
Bhubaneswar

ଭୟାବହ ଅଗ୍ନିକାଣ୍ଡ ; ୬ ମୃତ, ୫୧ ଆହତ

ମୁମ୍ବଇ : ମହାରାଷ୍ଟ୍ରର ଗୋରାଗାଓଁରେ ଏକ ଅଟ୍ଟାଳିକାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହେବା ସହ ୫୧ ଆହତ ହୋଇଛନ୍ତି। ଏହାସହ ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାଟି ଗୋରେଗାଓଁ ପଶ୍ଚିମର ଆଜାଦ ନଗର ଅଞ୍ଚଳରେ ସ୍ଥିତ।
ମିଳିଥିବା ସୂଚନାନୁଯାୟୀ, ଏହି ଅଗ୍ନିକାଣ୍ଡରେ ଅନେକ ଲୋକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଶିଶୁ,୨ ମହିଳା ସମେତ ୬ ଜଣ ରହିଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ,ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତଳ ମହଲାରେ ଥିବା ଦୋକାନ,ଅନ୍ୟ ସାମଗ୍ରୀ, ପାର୍କିଂରେ ଥିବା ଗାଡିରେ ନିଆଁ ଲାଗିଯିବାରୁ ଅନ୍ୟ ମହଲାରେ ନିଆଁ ବ୍ୟାପି ଲୋକେ ଫସି ରହିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories