www.samajalive.in
Monday, December 8, 2025
14.1 C
Bhubaneswar

କ୍ରାଇମ ବ୍ରାଞ୍ଚ ଅଧିକାରୀ ରୂପେ ପରିଚୟ ଦେଇ ୧୫ ଲକ୍ଷ ଟଙ୍କାର ସାଇବର ଠକେଇ

ସମ୍ବଲପୁର : ବୁର୍ଲା କିର୍ବା ନିବାସୀ ବିବେକାନନ୍ଦ ବେହେରାଙ୍କୁ ୪ ତାରିଖ ସକାଳ ସମୟରେ ଏକ କମ୍ପ୍ୟୁଟରାଇଜ କଲ ତାଙ୍କର ଫୋନକୁ ଆସିଥିଲା। ଉକ୍ତ କଲ ସେ ରିସିଭ କରିବା ପରେ ଫେଡ ଏକ୍ସ କୋରିୟରରେ ତାଙ୍କ ନିକଟକୁ ପାର୍ସଲ ଆସି ଫେରି ଯାଇଥିବାର ସୂଚନା ଦେବା ପରେ ୧ ବଟନ ପ୍ରେସ କରିବାକୁ କୁହାଯାଇଥିଲା। ବ୍ୟକ୍ତି ଜଣକ ୧ ବଟନ ଦେବା ପରେ ଅପର ପାଶ୍ୱର୍ରୁ ଏକ ବ୍ୟକ୍ତି ଫୋନ ଉଠାଇ ତାଙ୍କର ନାମରେ ଏକ ସନ୍ଦିଗ୍ଧ ପାର୍ସଲ ତାଇୱାନରୁ ଆସିଛି ଏବଂ ଏଥି ପାଇଁ ତାଙ୍କର ନାମରେ ଏକ ମାମଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ରୁଜୁ କରାଯାଇଛି। ଏଣୁ ସେ ଉପରିସ୍ଥ ଅଧିକାରୀଙ୍କ ସହିତ କଥା ହେବା ପାଇଁ କଲକୁ ଅନ୍ୟତ୍ର ଟ୍ରାନ୍ସଫର କରି ଦେଇଥିଲେ। ଦ୍ୱିତୀୟ ବ୍ୟକ୍ତି ଜଣକ ତାଙ୍କ ସହିତ କଥା ହେବା ପରେ ଏକ ଆପ୍ଲିକେସନ ଡାଉନଲୋଡ କରାଇ ତାଙ୍କର ସହିତ କଥାବାର୍ତ୍ତା ହୋଇଥିଲେ। ଏହା ପରେ ପିଡିତ ବ୍ୟକ୍ତିଙ୍କୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଲଗିନ କରିବାକୁ କହିଥିଲେ ଏବଂ ସେଠାରେ ଥିବା ପର୍ସନାଲ ଲୋନ ଅଫର ସମ୍ବନ୍ଧରେ ପଚାରିଥିଲେ। ଏହା ପରେ ଉକ୍ତ ଲୋନ ନେବାକୁ କହି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଆସିବା ପରେ ତାଙ୍କୁ ଆରବିଆଇର ଆକାଉଣ୍ଟରେ ଚେକିଂ ପାଇଁ ପଠାଇବାକୁ କହି ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ଏହା ପରେ ଟଙ୍କା ଉକ୍ତ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ପରେ ସାଇବର ଠକ ଫୋନ କାଟି ଦେଇଥିଲେ। ଏଣୁ ବ୍ୟକ୍ତି ଜଣକ ସାଇବର ଠକେଇର ଶିକାର ହୋଇଥିବାର ଜାଣି ସମ୍ବଲପୁର ସ୍ଥିତ ସାଇବର ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ସଂଖ୍ୟା ୨୦/୨୦୨୩ ରୁଜୁ କରି ଘଟଣାର ତଦନ୍ତ କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories