www.samajalive.in
Wednesday, December 10, 2025
16.1 C
Bhubaneswar

ରଣବୀର କପୁରଙ୍କୁ ଇଡି ସମନ

ମୁମ୍ବଇ: ବଲିଉଡ଼ ଅଭିନେତା ରଣବୀର କପୁରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ପଚରାଉଚରା ପାଇଁ ଅକ୍ଟୋବର ୬ରେ ହାଜର ହେବାକୁ ଅଭିନେତାଙ୍କୁ ବୁଧବାର ଇଡି ସମନ କରିଛି। ‘ମହାଦେବ ବୁକ୍‌’ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ପଚରାଉଚରା ପାଇଁ ଇଡି ରଣବୀରଙ୍କୁ ଡାକିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ‘ମହାଦେବ ବୁକ୍‌’ ଅନଲାଇନ ଆପ୍‌ ସହ ଜଡ଼ିତ ବେଆଇନ ଅର୍ଥ କାରବାର ବିରୋଧରେ ଇଡି କଲକତା, ଭୋପାଳ, ମୁମ୍ବଇ ସମେତ ୩୯ ସହରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଇଡି ଯାଞ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ, ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା। କେବଳ ଏତିକି ନୁହେଁ, ୧୪ ଜଣ ସିନେ ତାରକାଙ୍କ ନାମ ମଧ୍ୟ ଏହି ମାମଲା ସହିତ ଜଡିତ ଥିବା ଜଣାପଡ଼ିଛି। ରଣବୀରଙ୍କ ବିରୋଧର ଅଭିଯୋଗ ହୋଇଛି ଯେ, ଜଣେ ପ୍ରମୋଟରଙ୍କ ବିବାହରେ ପ୍ରଦର୍ଶନ କରିବା ପାଇଁ ତାଙ୍କୁ ଆପ୍‌ର ପ୍ରମୋଟରଙ୍କଠାରୁ ଟଙ୍କା ମିଳିଥିଲା।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories