www.samajalive.in
Sunday, December 14, 2025
26.1 C
Bhubaneswar

‘ପ୍ରଦୀପ ମହାରଥୀ-ଦି ଫର୍ଚୁନ ଚେଞ୍ଜର ଅଫ୍‌‌ ଡେଲାଙ୍ଗ-ପିପିଲି’ ପୁସ୍ତକ ଉନ୍ମୋଚିତ

ପିପିଲି: ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀ ସମସ୍ତଙ୍କ ପାଇଁ ଥିଲେ ଦରଦୀ ବନ୍ଧୁ। ତାଙ୍କ ଭିତରେ ନଥିଲା ଗର୍ବ ଓ ଅହଂକାର। ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ। ମଣିଷକୁ ଭଲ ପାଇବା ଓ ସାହାଯ୍ୟର ହାତ ବଢ଼ାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱ। ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ଉନ୍ନତି ପାଇଁ ସେ କାହା ସହିତ ସାଲିସ କରୁନଥିଲେ ଓ ଶେଷ ପର୍ଯ୍ୟନ୍ତ ନିଜର ଲଢେଇ ଜାରି ରଖିଥିଲେ। ସେ ନିଜ ମାଟିକୁ ଭଲ ପାଉଥିବା ବେଳେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ କୃଷି ପ୍ରତି ଥିଲା ତାଙ୍କର ପ୍ରବଳ ଦୁର୍ବଳତା ଓ ଭଲପାଇବା। ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଶୋଭାବର୍ଦ୍ଧନ କରିବାରେ ଶ୍ରୀ ମହାରଥୀଙ୍କ ଭୂମିକାକୁ ଅଞ୍ଚଳବାସୀ ସବୁବେଳେ ମନେ ରଖିବେ। ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି କରିବାରେ ତାଙ୍କ ଅବଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସ୍ୱର୍ଗତ ମହାରଥୀଙ୍କ ଜୀବନୀ ଉପରେ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ କଫି ଟେବୁଲ ପୁସ୍ତକ ‘ପ୍ରଦୀପ ମହାରଥୀ- ଦି ଫର୍ଚୁନ ଚେଞ୍ଜର ଅଫ୍‌‌ ଡେଲାଙ୍ଗ-ପିପିଲି’ର ଉନ୍ମୋଚନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଆଦିଲକ୍ଷ୍ମୀ କନଭେନ୍‌‌ସନଠାରେ ବୁଧବାର ମଧ୍ୟାହ୍ନରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଡ଼ଃ ପ୍ରତିଭା ମହାରଥୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର, ବରିଷ୍ଠ ଶିକ୍ଷାବିତ୍‌‌ ପ୍ରଫେସର କୈଳାଶ ଚନ୍ଦ୍ର ଟିକାୟତରାୟ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ବ୍ରହ୍ମାକୁମାରୀ ଗୀତା ଭଉଣୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ। କୃଷିର ଉନ୍ନତି ସହ ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ କ୍ଷେତ୍ରରେ ସ୍ୱର୍ଗତ ମହାରଥୀଙ୍କ ଅବଦାନକୁ ସମସ୍ତେ ମନେପକାଇଥିଲେ। ଏହି ଅବସରରେ ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ କଫି ଟେବୁଲ ପୁସ୍ତକ ‘ପ୍ରଦୀପ ମହାରଥୀ- ଦି ଫର୍ଚୁନ ଚେଞ୍ଜର ଅଫ୍‌‌ ଡେଲାଙ୍ଗ-ପିପିଲି’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ପୁସ୍ତକର ଲେଖକ ଶ୍ରୀମହାପାତ୍ରଙ୍କ ସମେତ ପିପିଲି ସାଂସ୍କୃତିକ ପରିଷଦର ସଭାପତି ଜିତେନ୍ଦ୍ରୀୟ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଡାକ୍ତର ପଲ୍ଲବୀ ମହାରଥୀ ପରିଚାଳନା କରିଥିଲେ। ଏହି ଅବସରରେ ପିପିଲି ମଠସାହିସ୍ଥିତ ପଲ୍ଲବୀ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories