www.samajalive.in
Saturday, December 13, 2025
26.1 C
Bhubaneswar

ଅଭିଭାବକଙ୍କ ଦାନରେ ନବୋଦୟ ବିଦ୍ୟାଳୟରେ ଲାଗିଲା ବିଶୁଦ୍ଧ ପାନୀୟଜଳ ଯନ୍ତ୍ର

ପାତ୍ରପୁର: ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ଜବାହର ନବୋଦୟ ବିଦ୍ୟାଳୟକୁ ଅଭିଭାବକମାନଙ୍କ ପକ୍ଷରୁ ପିଲାଙ୍କ ହଷ୍ଟେଲରେ ବ୍ୟବହାର ପାଇଁ ଚାରି ଗୋଟି ବିଶୁଦ୍ଧ ପାନୀୟ ଜଳ ଯନ୍ତ୍ର ପ୍ରଦାନ କରାଯାଇଛି। ସୋମବାର ନବୋଦୟ ବିଦ୍ୟାଳୟ ପରିସରରେ ଜିଲ୍ଲାର ବହୁ ଅଭିଭାବକ ଯୋଗଦେଇ ଏହି ଯନ୍ତ୍ର ପ୍ରଦାନ କରିଥିଲେ। ମସସ୍ତ ଅଭିଭାବକଙ୍କ ଦାନ ଅର୍ଥ ୨,୦୩,୯୪୦ ଟଙ୍କାରେ ୪ଟି ବିଶୁଦ୍ଧ ପାନୀୟ ଜଳ ଯନ୍ତ୍ର ବିଦ୍ୟାଳୟ ଅଧ୍ୟକ୍ଷ ଡ. ପିତବାସ ପ୍ରହରାଜଙ୍କୁ ପ୍ରଦାନ କରାଯାଇଛି। ଉପସ୍ଥିତ ଅଭିଭାବକମାନେ ଅଭିଭାବକ ଶିକ୍ଷକ ପରିଷଦର ସଦସ୍ୟଙ୍କ ଏହି ଅଭିନବ ପ୍ରୟାସ ଓ ଉଦ୍ୟମ ନିମନ୍ତେ ଭୂୟସୀ ପ୍ରଶଂସା କରିବା ସହ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ହଷ୍ଟେଲ ପରିସରରେ ପିଲାମାନେ ସ୍ୱଚ୍ଛ ପାନୀୟ ଜଳ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପରିସରରେ ସ୍ବଚ୍ଛ ପାଣି ଉପଲବ୍ଧ ଥିଲେ ମଧ୍ୟ ମାଙ୍କଡ ପ୍ରାଦୁର୍ଭାବ ଯୋଗୁ ପିଲାମାନେ ଏକାକୀ ପାଣି ଆଣି ପିଇ ପାରୁନଥିଲେ। ଯାହାକୁ ଦେଖି ଅଭିଭାବକମାନଙ୍କ ଉଦ୍ୟମ ବଳରେ ହଷ୍ଟେଲ ଭିତରେ ପିଲାମାନେ ବିଶୁଦ୍ଧ ପିଇବା ପାଣି ପାଇପାରିବେ।

ଏହି ପୁଣ୍ୟ କାର୍ଯ୍ୟର ସଫଳ ରୂପାୟନ ପାଇଁ ସମସ୍ତ ଅଭିଭାବକ ଓ ଚଳିତ ବର୍ଷର ବିଦ୍ୟାଳୟ ଅଭିଭାବକ ଶିକ୍ଷକ ପରିଷଦକୁ ଅଧ୍ୟକ୍ଷ ସହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories