www.samajalive.in
Saturday, December 6, 2025
19.1 C
Bhubaneswar

ମହିଳା ଗୋଷ୍ଠୀଙ୍କ ବ୍ୟାଙ୍କିଙ୍ଗ୍‌ ସେବା ନେଇ ସଚେତନତା କର୍ମଶାଳା

କଲମପୁର: ମହିଳାଙ୍କ ଆର୍ଥିକ ବିକାଶ ନେଇ ସରକାର ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି। ମହିଳା ସ୍ୱାବଲମ୍ବୀ ହେଲେ ଦେଶର ଆର୍ଥିକ ବିକାଶ ହୋଇପାରିବ। ତେଣୁ ସେମାନଙ୍କୁ ଋଣ ଯୋଗାଇବା ସହ ସେମାନଙ୍କ ପ୍ରକଳ୍ପ ପାଇଁ ବୈଷୟିକ ସହାୟତା ପ୍ରଦାନ କରାଯାଉଛି। ଏହାସହ ସେମାନଙ୍କ ଉତ୍ପାଦର ସଠିକ ବଜାର ବ୍ୟବସ୍ଥା ପାଇଁ ସରକାର ଯୋଜନା ସବୁ କରିଛନ୍ତି।

ଶୁକ୍ରବାର କଲମପୁର ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ମିଶନ ଶକ୍ତି ଏବଂ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ମହିଳା ଗୋଷ୍ଠୀଙ୍କ ବ୍ୟାଙ୍କିଙ୍ଗ୍ ସେବା ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସମେତ ସମିତି ଅଧ୍ୟକ୍ଷା ମୋତି ବିହାରୀ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ବିଧାୟକଙ୍କ ପ୍ରତିନିଧି ସଦାନନ୍ଦ ଚନ୍ଦନ, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରତୀମାରାଣୀ ଦାସ, ମିଶନ ଶକ୍ତି ସଂଯୋଜିକା ବାସନ୍ତୀ ନାୟକ, ଭାରତୀୟ ଷ୍ଟେଟବ୍ୟାଙ୍କ କଲମପୁର ଶାଖା ପରିଚାଳକ ମନୋଜ କୁମାର ସ୍ୱାଇଁ, ସମବାୟ ବ୍ୟାଙ୍କର ପ୍ରତିନିଧି ହରିଶଙ୍କର ବାଗ, ମିଶନ ଶକ୍ତିରୁ ଲୀଳାବତୀ ରାଉତ, ରଞ୍ଜିତା ନାଏକ, ସସ୍ମିତା ମୁଣ୍ଡ ପ୍ରମୁଖଙ୍କ ସମେତ ବ୍ଲକର ସମସ୍ତ ମହିଳା ଗୋଷ୍ଠୀର ସଦସ୍ୟମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ। ଏଥିରେ କିଭଳି ମହିଳା ଗୋଷ୍ଠୀଙ୍କ ଆର୍ଥିକ ବିକାଶ ହେବ ଏହାସହ ସେମାନେ ନେଇଥିବା ଋଣ କିଭଳି ପରିଶୋଧ କରିପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଋଣ ନେଇ ତା’ର ସତ୍‌ ବିନିଯୋଗ ଉପରେ ଗୁରୁତ୍ୱ ଦେବା ପାଇଁ ଉଭୟ ବ୍ୟାଙ୍କରୁ ଆସିଥିବା ଅଧିକାରୀମାନେ ବୁଝାଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories