www.samajalive.in
Saturday, December 6, 2025
16.1 C
Bhubaneswar

ଧର୍ମଗଡ଼ ଜିଲା ଦାବୀ ନେଇ କଲମପୁରରେ ପ୍ରସ୍ତୁତି ବୈଠକ

କଲମପୁର: ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବୀ ନେଇ ଚାଲିଥିବା ଗଣଧାରଣା ଓ ଆନ୍ଦୋଳନ ଏବେ ୩୧ ଦିନରେ ପହଞ୍ଚିଛି। ଉଭୟ କଲାହାଣ୍ଡି ଜିଲା ହେଉ ବା ଧର୍ମଗଡ଼ ଜିଲା ହେଉ କଲମପୁର ବ୍ଲକର ସେମିତି କିଛି ଭୂମିକା ନାହିଁ। କଳାହାଣ୍ଡିର ୧୩ ନମ୍ବର ବ୍ଲକ ଭାବେ ପରିଚିତ କଲମପୁର। ସ୍ୱାଧୀନତାର ୭ ଦଶନ୍ଧୀ ପରେ ମଧ୍ୟ କଲମପୁର ଅଞ୍ଚଳ ପଛୁଆ ଭାବେ ରହିଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳିତ। ଉଭୟ ଧର୍ମଗଡ଼ ଏବଂ ଜୁନାଗଡ଼ ଜିଲା ମାନ୍ୟତା ପାଇଁ ଦାବୀ କରୁଥିବା ବେଳେ ଦୁଇ ପ୍ରମୁଖ ସ୍ଥାନରୁ ସମ ଦୂରତାରେ ରହିଛି କଲମପୁର। କିନ୍ତୁ ଧର୍ମଗଡ଼ ଜିଲା ଗଠନ ଦାବୀ ଏବଂ ପରବର୍ତ୍ତୀ ଆନ୍ଦୋଳନର ୩୧ ଦିନ ପରେ କଲମପୁର ଅଞ୍ଚଳର ସମର୍ଥନ ପାଇଁ ଶୁକ୍ରବାର ଧର୍ମଗଡ଼ ଜିଲା ଗଠନ କ୍ରିୟାନୁଷ୍ଠାନ କମିଟିର ଦିଗାମ୍ବର ଦୁରିଆ, ବିବେକ ରଞ୍ଜନ ମିଶ୍ର ଏବଂ ଡମ୍ବରୁଧର ଲହଜଲ ପ୍ରମୁଖ ନେତୃବୃନ୍ଦ ଧର୍ମଗଡ଼ ଜିଲା ଗଠନରେ କଲମପୁର ଅଞ୍ଚଳର ସମର୍ଥନ ପାଇଁ ଅନୁରୋଧ କରିଛନ୍ତି। ଏହି ଅନୁରୋଧ ମୁତାବକ ସ୍ଥାନୀୟ ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସମର୍ଥନ ନେଇ ନିଷ୍ପତ୍ତି ନିଆଯାଇଥିଲା। କଲମପୁର ବ୍ଲକରୁ ବିଜେଡି ନେତା ନବୀନ କୁମାର ପଣ୍ଡା, ଚେରୁ ନାଏକ, ଭଗବାନ ବିହାରୀ, କଂଗ୍ରେସ ଦଳ ପକ୍ଷରୁ ଚତୁର୍ଭୁଜ ପଣ୍ଡା, ବିଜେପିରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, କଲମପୁର ମଣ୍ଡଳ ସଭାପତି କମଳ ବାଗ, ଯାଦବ ସମାଜର କର୍ମକର୍ତ୍ତାଙ୍କ ସମେତ କଲମପୁର ବଣିକ ସଂଘ ପକ୍ଷରୁ ପଙ୍କଜ କୁମାର ରାୟଗୁରୁ, ନଳୀନ କୁମାର ପଣ୍ଡା ଯୁବ ସମାଜସେବୀ ମାଧବ ସୁନାନୀ, ସାମ୍ବାଦିକ ଶଙ୍କର୍ଷଣ ବେହେରା, ଗଣେଶ ରାମ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ୩ ତାରିଖ ଦିନ କଲମପୁର ବ୍ଲକ ପକ୍ଷରୁ ଧର୍ମଗଡ଼ ଜିଲା ଗଠନ ନେଇ ଏକ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାସହ ଆଗାମୀ ୪ ତାରିଖ ଦିନ ଧର୍ମଗଡ଼ ଜିଲା ଗଠନ ଦାବୀରେ ହେବାକୁ ଥିବା ଧର୍ମଗଡ଼ ଉପଖଣ୍ଡ ବନ୍ଦ ପାଳନରେ ସାମିଲ ହେବା ପାଇଁ ଆଲୋଚନା କରାଯାଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories