www.samajalive.in
Thursday, December 11, 2025
18.1 C
Bhubaneswar

ବନ୍ଧୁକଚାଳନାରେ ଶିବ,ସରବଜ୍ୟୋତ, ଅର୍ଜୁନଙ୍କୁ ସ୍ବର୍ଣ୍ଣ

ହ୍ବାଙ୍ଗଝୋ : ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଷଷ୍ଠ ଦିବସ ଗୁରୁବାର ଭାରତକୁ ଗୋଟିଏ ସ୍ବର୍ଣ୍ଣ,. ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୨୫ଛୁଇଁଛି। ୧୦ ମିଟର ଏୟାର ପିସ୍ତଲ ଦଳଗତ ପୁରୁଷ ବର୍ଗରେ ଅର୍ଜୁନ ଚିମା, ସରବଜ୍ୟୋତ ସିଂହ ଏବଂ ଶିବ ନରୱାଲା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ୩ ସୁଟର ମୋଟ ୧୭୩୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ଏହି ପ୍ରତିଯୋଗିତାର ବ୍ୟକ୍ତିଗତ ଯୋଗ୍ୟତା ବିଭାଗରେ ୫୮୦ ସ୍କୋର କରିଥିବା ସରବଜ୍ୟୋତ,୫ମ, ୫୭୮ ପଏଣ୍ଟ ସ୍କୋର କରି ଅର୍ଜୁନ ୮ମ ସ୍ଥାନ ହାସଲ କରିଥିଲେ। ଚୀନ୍‌ ପ୍ରତିଯୋଗୀ ୧୭୩୩ ପଏଣ୍ଟ ସ୍କୋର କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଭାରତୀୟ ପ୍ରତିଯୋଗୀ ଚୀନ୍‌ ପ୍ରତିଯୋଗୀଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ଆଗରେ ରହି ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। ଭିଏତନାମ ପ୍ରତିଯୋଗୀ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୧୭୩୦ ପଏଣ୍ଟ ସ୍କୋର କରି ୩ୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ଏହାକୁ ମିଶାଇ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୬ରେ ପହଞ୍ଚିଛି। ଭାରତ ୬ଟି ସ୍ବର୍ଣ୍ଣ,୮ ରୌପ୍ୟ ଓ ୧୧ କାଂସ୍ୟ ସହ ୨୫ଟି ପଦକ ପାଇ ପଞ୍ଚମ ସ୍ଥାନରେ ରହିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories