www.samajalive.in
Sunday, December 14, 2025
26.1 C
Bhubaneswar

ବିନା ଓଜନ ମେସିନରେ ଚାଲିଥିଲା ରକ୍ତଦାନ ଶିବିର, ଅଧାରେ କରାଗଲା ବନ୍ଦ

ଫୁଲବାଣୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ସାରା ଦେଶରେ ସେବା ସପ୍ତାହ ଭାବରେ ପାଳନ କରାଯାଉଥିବା ବେଳେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ରକ୍ତ ସଂଗ୍ରହ ବେଳେ ରକ୍ତ ରହୁଥିବା ପ୍ୟାକେଟକୁ ଓଜନ ମେସିନରେ ନରଖି ଏକ ପ୍ଲାଷ୍ଟିକ ପ୍ଲେଟ୍ ଉପରେ ରଖା ଯାଉଥିଲା ଏବଂ ବିନା ଓଜନରେ ପଲିଥିନ୍ ପ୍ୟାକେଟ ଫୁଲ୍ ହେଲେ କାଢି ଦିଆଯାଉଥିଲା। ଏହାକୁ ନେଇ ରାଜ୍ୟ ସଂଯୋଜକ ତଥା ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲା ପ୍ରଭାରୀ ରକ୍ତଭଣ୍ଡାର ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଏହାକୁ ନେଇ ରକ୍ତ ଭଣ୍ଡାର ଦାୟିତ୍ବରେ ଥିବା ଅଧିକାରୀ ଆମ କନ୍ଧମାଳ ଜିଲ୍ଲାରେ ଏଭଳି ହୁଏ , ଅନେକ ଲୋକ ରକ୍ତ ଦେଉଛନ୍ତି କେହି ଅଭିଯୋଗ କରୁନାହାନ୍ତି, ଆପଣଙ୍କୁ କାହିଁକି ଅସୁବିଧା ହେଉଛି ବୋଲି କହିଥିଲେ ଯାହାକୁ ନେଇ ଉଭୟ ରକ୍ତଭଣ୍ଡାର ଅଧିକାରୀ ଏବଂ ଯୁବମୋର୍ଚ୍ଚାର ରକ୍ତଦାତାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା।

ରକ୍ତ ନେଉଥିବା କର୍ମଚାରୀ ଆମର ଓଜନ ମେସିନ୍ ନାହିଁ ଆପଣମାନେ ଦେଲେ ଦିଅନ୍ତୁ ନହେଲେ ନାହିଁ ବୋଲି କହିଥିଲେ ଯାହାକୁ ନେଇ ଅଧାରେ ଶିବିରକୁ ବନ୍ଦ କରିଦିଆଯାଇଥିଲା। ଉକ୍ତ ବିଷୟକୁ ନେଇ ଯୁବମୋର୍ଚ୍ଚା କାର୍ଯ୍ୟ କର୍ତ୍ତା ସିଡିଏମଓଙ୍କୁ ସାକ୍ଷାତ କରି ଅଭିଯୋଗ କରିବାକୁ ଯାଇଥିବା ବେଳେ ସେ ଛୁଟିରେ ଥିବା ଯୋଗୁଁ ଏ ବିଷୟକୁ ନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଲେଖି ତୁରନ୍ତ ରକ୍ତ ଓଜନ ମେସିନ ଯୋଗାଇ ଦେବାସହ ଅନ୍ୟାନ୍ୟ ପରିସ୍କାର ପରିଛନ୍ନ ପ୍ରତି ଗୁରୁତ୍ବ ଦେବାକୁ ଉଲେଖ କରିଥିଲେ। ଆଜି ଜିଲାପାଳ ମଧ୍ୟ ଛୁଟିରେ ଥିବାବେଳେ ଏବଂ ଜିଲା ବାହାରେ ଥିବାବେଳେ ଜିଲାପାଳଙ୍କ ସହ ଫୋନ୍ ଯୋଗେ କଥାହୋଇ ହ୍ବାଟ୍ସଆପ୍ ଜରିଆରେ ତାଙ୍କ ପାଖକୁ ପଠାଇଥିଲେ ଏବଂ ଟ୍ବିଟ୍ କରି ମଧ୍ୟ ଅବଗତ କରାଇଛନ୍ତି। ଏଭଳି ଅବ୍ୟବସ୍ତିତ ଘେରରେ ଜିଲ୍ଲା ମୁଖ୍ୟାଳୟର ରକ୍ତଭଣ୍ଡାର ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ଜିଲା ପ୍ରଭାରୀ ଶ୍ରୀ କର୍ମୀ ଅଭିଯୋଗ କହିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories