www.samajalive.in
Saturday, December 13, 2025
26.1 C
Bhubaneswar

ଲୁହା ଛଡ ସହିତ ଟ୍ରକ ଲୁଟ : ୨ ଗିରଫ

ସମ୍ବଲପୁର: ସ୍ଥାନୀୟ ଶାସନ ଥାନା ଅର୍ନ୍ତଗତ ମାଝିପାଲି ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରୁ ଗତ ୧୧ ତାରିଖରେ ୫ ଜଣ ବ୍ୟକ୍ତି ଏକ ଲୁହା ଛଡ ଓ ବାଇଣ୍ଡିଂ ତାର ଭର୍ତ୍ତି ଟ୍ରକକୁ ଲୁଟ କରିଥିଲେ। ଏହି ଘଟଣାରେ ଲୁଟ ଟ୍ରକକୁ ପୁଲିସ ଲୁହା ଓ ତାର ସହିତ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ପୁଲିସର ସୂଚନାନୁଯାୟୀ, ଗତ ୧୧ ତାରିଖରେ କୁଜଙ୍ଗ ନିବାସୀ ବସନ୍ତ କୁମାର ବିଶ୍ୱାଳଙ୍କ ଟ୍ରକରେ ୩୦ ଟନ ଲୁହା ଛଡ ଓ ବାଇଣ୍ଡିଂ ତାର ନେଇ ଯାଉଥିବା ବେଳେ ମାଝିପାଲି ଠାରେ ଅଚାନକ ଏକ କାରରେ ୫ ଜଣ ବ୍ୟକ୍ତି ଆସି ଉକ୍ତ ଟ୍ରକକୁ ଅଟକାଇ ଥିଲେ। ଟ୍ରକର ଚାଳକଙ୍କୁ ପ୍ରବଳ ମାଡ ମାରିବା ସହିତ ଉକ୍ତ ଗାଡିକୁ ରାଞ୍ଚି ରୋଡ ଦେଇ ଝାଡଖଣ୍ଡ ରାଜ୍ୟକୁ ନେଇ ଯାଇଥିଲେ।
ଲୁଟ ଟ୍ରକକୁ ଝାଡଖଣ୍ଡକୁ ନେଇ ଯାଉଥିବା ସମୟରେ ବାମରା ନିକଟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଡି ଚାଳକଙ୍କୁ ଏକ ଗଛରେ ରଶି ସାହାଯ୍ୟରେ ବାନ୍ଧି ଓ ତାଙ୍କର ମୋବାଇଲକୁ ନେଇ ଚମ୍ପଟ ମାରିଥିଲେ। ଟ୍ରକର ମାଲିକଙ୍କ ଅଭିଯୋଗ କ୍ରମରେ ଶାସନ ଥାନାରେ ମାମଲା ସଖ୍ୟା ୧୭୩/୨୦୨୩ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଝାଡଖଣ୍ଡ ରାଜ୍ୟର ସିମଡେଗା ରୁ ଟ୍ରକ ଓ ଚୋରି ସାମଗ୍ରୀ ଗୁଡିକ ସମ୍ବଲପୁର ପୁଲିସର ଏକ ସ୍ୱତନ୍ତ୍ର ଦଳ ଜବତ କରିବା ସହିତ ଲୁଟରେ ସାମିଲ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାର ଶ୍ରୀବାସ୍ତବ ଏବଂ ଚୋରି ସାମଗ୍ରୀ କିଣିଥିବା ରାମ କୃଷ୍ଣ କୁମାରଙ୍କୁ ଗିରଫ କରିଛି। ପୁଲିସ ଏଥି ସହ ଲୁଟରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି ପୁଲିସ ବୁଧବାର ଅଦାଲତକୁ ଚାଲାଣ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories