www.samajalive.in
Sunday, December 7, 2025
16.1 C
Bhubaneswar

କରାଚୀରେ ଚୀନ କନସୁଲେଟ ସମେତ ୨ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ: ୨୦ ମୃତ

କରାଚୀ: ଶୁକ୍ରବାର ପାକିସ୍ତାନ ପାଇଁ କଳା ଦିବସ ପ୍ରମାଣିତ ହେବାରେ ଲାଗିଛି। ଭିନ୍ନଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ୨୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କରାଚୀର ଚୀନ କନସୁଲେଟର ସମ୍ମ୍‍ୁରେ ଆତଙ୍କବାଦୀ ଆକ୍ରମଣରେ ୨ଜଣ ପ୍ରାଣ ହରାଇଥିବାବେଳେ ୩ଜଣ ଆତଙ୍କବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସେହିପରି ଆଫଗାନ ସୀମାକୁ ଲାଗି ପାକିସ୍ତାନର ପାଖଟୁନଖ୍ୱାରେ ହୋଇଥିବା ଏକ ବିସ୍ଫୋରଣରେ ୨୦ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ବିସ୍ଫୋରଣ ପାଖଟୁନଖ୍ୱାର ହେଙ୍ଗୁଠାରେ ହୋଇଥିଲା। କରାଚୀରେ ଏଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ବେଲୁଚିସ୍ଥାନର ଏକ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ତେବେ ପାଖଟୁନଖ୍ୱାଠାରେ ହୋଇଥିବା ବିସ୍ଫୋରଣର କାରଣ ଅଦ୍ୟାବଧି ଜଣାପଡ଼ି ନାହିଁ। ଏହି ବିସ୍ଫୋରଣରେ ଏକାଧିକ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ବିସ୍ଫୋରଣସ୍ଥଳକୁ ସୁରକ୍ଷାକର୍ମୀ ଘେରି ରଖିଛନ୍ତି।

ପାକିସ୍ତାନ କରାଚୀସ୍ଥିତ ଚୀନ କନସୁଲେଟ ସମ୍ମୁଖରେ ଶୁକ୍ରବାର ସକାଳେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ଅଜ୍ଞାତ ଆତଙ୍କବାଦୀ ଏହି ସ୍ଥାନରେ ବୋମା ମାଡ଼ କରିବା ସହ ଗୁଳି ଚଲାଇ ଥିଲେ। ଆତଙ୍କବାଦୀଙ୍କ ଏଭଳି ଅତର୍କିତ ଆକ୍ରମଣରେ ୨ଜଣ ପାକ୍‍ ସୁରକ୍ଷାକର୍ମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୃତ ଆତଙ୍କବାଦୀଙ୍କ ନିକଟରୁ ସୁଇସାଇଡ୍‍ ଜ୍ୟାକେଟ ଓ ଗୁଳି ଜବତ କରାଯାଇଛି।
ଆକ୍ରମଣ ସ୍ଥାନର ଠିକ୍‍ ୧୫୦ମିଟର ଦୂରରେ ଭାରତର କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମଙ୍କ ବାସଗୃହ ରହିଛି। ଭାରତୀୟ ସମୟାନୁସାରେ ସକାଳ ୧୦ଟା ବେଳେ ହଠାତ୍‍ ଏକ ବୋମା ଚୀନ କନସୁଲେଟ ସମ୍ମୁଖରେ ବିସ୍ଫୋରଣ ହୋଇଥିଲା। ପାକିସ୍ତାନର ରେଡ ଜୋନ୍‍ ସୁରକ୍ଷାବଳୟ ମଧ୍ୟରେ ଏଭଳି ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆତଙ୍କିତ କରି ଦେଇଥିଲା। ବିସ୍ଫୋରଣ ପରେ ଆତଙ୍କବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳି ମାଡ଼ କରାଯାଇ ଥିଲା। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଗୁଳି ଚଲାଇ ଥିଲେ। ଉଭୟ ପାଶ୍ୱର୍ରୁ ଗୁଳି ମାଡ଼ରେ ୨ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ଏହି ଆକ୍ରମଣରେ ଚୀନ କନସୁଲେଟ ମଧ୍ୟରେ କାର୍ଯ୍ୟରତ କର୍ମଚାରୀ ସୁରକ୍ଷିତ ରହିଲେ ମଧ୍ୟ ବାହାରେ ଥିôବା ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
ଏହି ଘଟଣା କରାଚୀର କ୍ଲିପଟନ ଅଞ୍ଚଳରେ ଘଟିଥିଲା। ସୁରକ୍ଷା କର୍ମୀ ଓ ପାକ ରେଞ୍ଜର୍ସ ଘଟଣାସ୍ଥଳକୁ ଘେରି ରଖିଛନ୍ତି। ଲଗାତାର ଗୁଳି ଓ ବୋମା ବିସ୍ଫୋରଣର ଶବ୍ଦ ଶୁଭୁଥିବାରୁ ସେଠାରେ ଅଧିକ ସଂଖ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories