www.samajalive.in
Saturday, December 13, 2025
18.1 C
Bhubaneswar

ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସ୍‌ଆଇ

ନୂଆଦିଲ୍ଲୀ : ଭାରତ-କାନାଡ଼ା ବିବାଦରୁ ସୁଯୋଗ ଉଣ୍ଡି ଖଲିସ୍ତାନୀଙ୍କୁ ସମର୍ଥନ ପାଇଁ ଆଗେଇ ଆସିଛି ପାକିସ୍ତାନ। ଏହାର ସରକାରୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କାନାଡ଼ା ଓ ଅନ୍ୟ ସ୍ଥାନରେ ଥିବା ଖଲିସ୍ତାନୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ସହ ଭାରତ ବିରୋଧୀ ଅପପ୍ରଚାରକୁ ଜୋର୍‌ଦାର କରିଛି। ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀମାନେ ନାନା ମିଛ ଓ ଉତ୍ତେଜନା ସୃଷ୍ଟିକାରୀ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି। ଏହା ମାଧ୍ୟମରେ ଯୁବକମାନଙ୍କୁ ନିଶାଣ କରାଯାଉଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଖଲିସ୍ତାନୀ ଗୋଷ୍ଠୀ ଏବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ତଥା ତାଙ୍କ ସରକାରର ନିୟନ୍ତ୍ରଣରେ ନଥିବା ସ୍ପଷ୍ଟ ହୋଇଛି।
ରିପୋର୍ଟ ଅନୁସାରେ ଖଲିସ୍ତାନୀ ସମର୍ଥକମାନେ ନିଜକୁ ‘ଦେଶାନ୍ତରୀ’ ଦର୍ଶାଇବା ସହ ସହାୟତା ଆଳରେ ଛାତ୍ର ସମାଜଠାରୁ ଚାନ୍ଦା ଆଦାୟ କରୁଛନ୍ତି। ଲିବେରାଲ ପାର୍ଟି ଓ ନ୍ୟୁ ଡେମୋକ୍ରାଟିକ ପାର୍ଟି ଭଳି ରାଜନୈତିକ ଦଳଙ୍କ ସମର୍ଥନରେ ସେମାନେ ପାଣ୍ଠି ଆଦାୟ କରୁଛନ୍ତି। ଏହି ଦୁଇ ଦଳ ମାଧ୍ୟମରେ ଆଇଏସ୍‌ଆଇ ଖଲିସ୍ତାନୀ ସମର୍ଥକଙ୍କୁ ନିୟମିତ ପାଣ୍ଠି ଯୋଗାଉଛି। ଭା​ଙ୍କୋଭରଠାରେ ଆଇଏସ୍‌ଆଇ ଏଜେଣ୍ଟ ଆସ୍ଥାନ ଜମାଇଛନ୍ତି। ଏହି ସବୁ ଅର୍ଥ ଭାରତ ବିରୋଧୀ କାର୍ଯ୍ୟକ୍ରମରେ ବିନିଯୋଗ ହେଉଛି। ପୁରୁଖା ତଥା ମୂଳ କାନାଡ଼ାବାସୀ ଏହାକୁ ସମର୍ଥନ କରୁନଥିଲେ ମଧ୍ୟ ଉପରୋକ୍ତ ଗୋଷ୍ଠୀ ଯୁବସମାଜକୁ ପ୍ରଭାବିତ କରି ନିଜ ସପକ୍ଷରେ ନେବାରେ ସଫଳ ହେଉଛନ୍ତି ଓ ସେମାନଙ୍କୁ ଭାରତ ବିରୋଧରେ ନିୟୋଜିତ କରୁଛନ୍ତି। ସ୍ବାର୍ଥ ପାଇଁ ନୂଆ ଗୋଷ୍ଠୀ ଖଲିସ୍ତାନୀଙ୍କୁ ସମର୍ଥନ କରୁଛନ୍ତି। ରାଜନୈତିକ ସମର୍ଥନ ଓ ବିଦେଶୀ ପ୍ରୋତ୍ସାହନ ଯୋଗୁଁ ଏହି ଖଲିସ୍ତାନୀ ଗୋଷ୍ଠୀ ଏବେ କାନାଡ଼ା ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛନ୍ତି। ଏହି ସାହସରେ ସେମାନେ ଭାରତକୁ ଶେଷ କରିଦେବା ପାଇଁ ଆହ୍ବାନ ଦେଉଛନ୍ତି। କାନାଡ଼ାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଓ କନ୍‌ସୁଲେଟ୍‌ଗୁଡ଼ିକୁ ସେମାନେ ‘ଟେରର୍‌ ହାଉସ୍‌’ ଆଖ୍ୟା ଦେଉଛନ୍ତି ଏବଂ ଏହାକୁ ତୁରନ୍ତ ବନ୍ଦ କରିଦେବା ପାଇଁ ଦାବି କରୁଛନ୍ତି।
ଏଭଳି ସ୍ଥିତିରେ ପାକିସ୍ତାନ ସମ୍ପୃକ୍ତ ୱେବସାଇଟ୍‌ଗୁଡ଼ିକ ଭାରତ ବିରୋଧୀ ମିଛ ପ୍ରଚାରରେ ଲାଗିପଡ଼ିଛନ୍ତି। ବିଭିନ୍ନ ଭିଡିଓ ପ୍ରସାରଣ ମାଧ୍ୟମରେ ଖଲିସ୍ତାନ ସପକ୍ଷରେ ପ୍ରଚାର କରାଯାଉଛି। ‘ଦି ଇଣ୍ଟେଲ କନ୍‌ସୋର୍ଟିୟମ୍‌’ ନାମରେ ଏକ ୱେବ୍‌ସାଇଟ୍‌ ଖଲିସ୍ତାନୀଙ୍କ ବିକ୍ଷୋଭ ଦୃଶ୍ୟ ପ୍ରସାରଣ କରିବା ସହ ହରଦୀପ ସିଂହ ନିଜାର ହତ୍ୟା ଘଟଣାକୁ ଅତିରଞ୍ଜିତ କରି ପ୍ରଚାର ଚଳାଇଥିବା ଦେଖାଯାଉଛି। ସେହିପରି ‘ଇସାହ୍‌ମାଦ୍‌’ ନାମକ ୱେବ୍‌ସାଇଟ୍‌ ବିଭିନ୍ନ ମତକୁ ଉଲ୍ଲେଖ କରି ଖଲିସ୍ତାନ ସପକ୍ଷ ପ୍ରଚାର ଚଳାଇଛି। ‘ସାଉଥ୍‌ ଇଣ୍ଡିଆ ଇଣ୍ଡେକ୍ସ’, ‘ସାଉଥ୍‌ ଏସିଆନ୍‌ ହ୍ୟୁମାନ୍‌ ରାଇଟ୍ସ ୱାଚ୍‌’ ଆଦି ୱେବ୍‌ସାଇଟ୍‌ଗୁଡ଼ିକ ଭାରତ ବିରୋଧରେ ଜୋର୍‌ଦାର ଅପପ୍ରଚାର ଚଳାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories