www.samajalive.in
Thursday, December 11, 2025
18.1 C
Bhubaneswar

ଲଗାଣ ବର୍ଷା ସତ୍ତ୍ୱେ କଳାହାଣ୍ଡିର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ନୂଆଁଖାଇ ପାଳିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ଜୁନ ଓ ଜୁଲାଇ ମାସରେ ଭଲ ବର୍ଷା ହୋଇନଥିବା ବେଳେ ଅଗଷ୍ଟ ମାସରୁ ଅଦ୍ୟାବଧି ଲଗାଣ ବର୍ଷା ହେବା ଫଳରେ ଧାନ ଓ ଅନ୍ୟାନ୍ୟ ଫସଲ ଭଲ ହୋଇଛି। ସେଥିପାଇଁ ଚାଷୀ ମନରେ ନାହିଁ ନଥିବା ଖୁସି ଦେଖା ଦେଇଛି। ତାହାରି ଭିତରେ ୨୦ ତାରିଖ ବୁଧବାର ଦିନ ପଞ୍ଚମୀ ତିଥିରେ ପଶ୍ଚିମର ଗଣପର୍ବ କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆନନ୍ଦ ଓ ଉହ୍ଲାସର ସହିତ ପାଳିତ ହୋଇଯାଇଛି। ଭବାନୀପାଟଣା ସଦର ବ୍ଲକ ସମେତ କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର, ଥୁ.ରାମପୁର, ଲାଞ୍ଜିଗଡ, ଜୟପାଟଣା ବ୍ଲକ ଅଞ୍ଚଳ, ନର୍ଲା, ଜୁନାଗଡ, ଗୋଲାମୁଣ୍ଡା, ଧର୍ମଗଡ, କୋକସରା ଏବଂ କଲମପୁର ବ୍ଲକ ଆଦି ଅଞ୍ଚଳରେ ବୁଧବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳିତ ହୋଇଛି। ଭବାନୀପାଟଣା ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଦେବାଦେବୀ ମନ୍ଦିରରେ ନିଜନିଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବାପରେ ଲୋକମାନେ ନବାନ୍ନ ଖାଇଥିଲେ। ସେହିପରି କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର, ଥୁ.ରାମପୁର, ଲାଞ୍ଜିଗଡ, ଜୟପାଟଣା ବ୍ଲକ ଅଞ୍ଚଳ, ନର୍ଲା, ଜୁନାଗଡ, ଗୋଲାମୁଣ୍ଡା, ଧର୍ମଗଡ, କୋକସରା ଏବଂ କଲମପୁର ଅଞ୍ଚଳରେରେ ମଧ୍ୟ ନିଜ ନିଜର ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନବାନ୍ନ ଭୋଜନ ଅନୁଷ୍ଠିତ ହୋଇଥିବାବେଳେ ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିର ଓ ଦଧିବାମନ ମନ୍ଦିରରେ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଦେବାଦେବୀ ମନ୍ଦିରରେ ସ୍ଥାନୀୟ ନିର୍ଦ୍ଧାରିତ ସମୟ ଅନୁଯାୟୀ, ନବାନ୍ନ ଭୋଗ ଅନୁଷ୍ଠିତ ହେବାପରେ ଅଞ୍ଚଳବାସୀ ନୂଆଁ ଖାଇଥିଲେ।

ଅନ୍ୟପଟେ ଭବାନୀପାଟଣା ସହର ସମେତ ମ.ରାମପୁର, ଲାଞ୍ଜିଗଡ, ଥୁ.ରାମପୁର ଏବଂ ଜୟପାଟଣା ସହରରେ ଦଶମି ତିଥି ସେପ୍ଟେମ୍ବର ୨୪ ତାରିଖ ରବିବାର ଦିନ ନୂଆଁଖାଉଥିବା ବେଳେ୨୪ ତାରିଖ ସକାଳ ଘ.୬. ୩୦ ମି. ଗତେ ଘ.୮.୫୦ ମି. ମଧ୍ୟେ କଳାହାଣ୍ଡିର ଜିଲ୍ଲାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲାଗି ଶୂଭ ଲଗ୍ନ ମହାରାଜା ଅନନ୍ତ ପ୍ରତାପ ଦେଓ ଘୋଷଣା କରିଛନ୍ତି। ଏହି ଅବସରରେ ଭବାନୀପାଟଣା ସହରର ସମସ୍ତ ଜନସାଧାରଣ ନିର୍ଦ୍ଧାରିତ ସମୟ ଅନୁଯାୟୀ ସେପ୍ଟେମ୍ବର ୧୯ତାରିଖ ଦିବା ୧.୧୦ ମି ଗତେ ଘ.୩.୦୦. ମଧ୍ୟେ ନବାନ୍ନ ଭକ୍ଷଣ କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories