www.samajalive.in
Sunday, December 14, 2025
26.1 C
Bhubaneswar

କର୍ମେଲ ଦୋକାନ ପୋଡି ଘଟଣା, ଗୁରତର ବୃଦ୍ଧଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

କଲମପୁର : କର୍ମେଲ ହାତୀ ନଦୀକୂଳରେ ଥିବା ଏକ ଦୋକାନ ପୋଡି ଘଟଣାରେ ପୋଡି ହେଇ ଜଣେ ବୃଦ୍ଧ ଗୁରୁତର ହେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳେ ଏନେଇ କଲମପୁର ପୁଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଏହାପରେ କଲମପୁର ପୁଲିସ ଥାନା ପକ୍ଷରୁ ଏଏସଆଇ ଶେଖର ଜେନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିଥିଲେ । ଏହାପରେ ଶବର ପଞ୍ଚନାମା କରାଯିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ଶନିବାର ସଂଧ୍ୟାରେ କଲମପୁର ଥାନା ଅଧିନସ୍ଥ କର୍ମେଲ ହାତୀ ନଦୀ ପୋଲ ନିକଟରେ ଥିବା ବିଭୁତି ନିମୁଲିଆଙ୍କ ଏକ ଦୋକାନ ଘରରେ ନିଆଁ ଲାଗିଯାଇଥିଲା। ଦୋକାନ ଭିତରେ ବସିଥିବା ବିଭୁତିଙ୍କ ଜେଜେବାପା ମୁକୁନ୍ଦ ନିମୁଲିଆ ନିଜକୁ ସୁରକ୍ଷା ଦେବା ପାଇଁ ଦୋକାନ ବାହାରକୁ ବାହାରୁଥିବା ବେଳେ ସେ ପୋଡି ଯାଇ ଗୁରୁତର ହେଇଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଏନେଇ କଲମପୁର ଅଗ୍ନିଶମ ବାହିନୀକୁ ସୁଚନା ଦେବା ସହ ବୃଦ୍ଧ ମୁକୁନ୍ଦଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ରବିବାର ଦିନ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହେଇଥିଲା। ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତରିତ କରାଯାଇଥିଲା । ପରିବାର ଲୋକ ମୃତଦେହ ନେଇ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା । ସମ୍ପର୍କୀୟ, ପରିବାର ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ହାତୀ ନଦୀ କୂଳ ଗାଁ ଶ୍ମଶାନରେ ତାଙ୍କର ଦାହ ସଂସ୍କାର କରାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories