www.samajalive.in
Friday, December 12, 2025
23.1 C
Bhubaneswar

ଉତ୍ସାହ ଉଦ୍ଦୀପନା ମଧ୍ୟରେ ସହରରେ ବିଶ୍ବକର୍ମା ପୂଜା ପାଳିତ

ଜି.ଉଦୟଗିରି :  ସ୍ଥାନୀୟ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ବକର୍ମା ପୂଜା ପାଳିତ ହୋଇଯାଇଛି । ଆୟୋଜିତ ପୂଜାରେ କର୍ତ୍ତା ଭାବେ ସହକାରୀ ଯନ୍ତ୍ରୀ କର୍ମଜିତ ଦାସ ପୂଜାରେ ବସିଥିବାବେଳ ପୁରୋହିତ ଭାବେ ଶୁଧାଂଶୁ ଶେଖର ଆଚାର୍ଯ୍ୟ  ରୀତିନୀତି ଅନୁଯାୟୀ ହୋମଯଜ୍ଞ ସହ ପୂଜାର୍ଚ୍ଚନା ସମାପ୍ତ କରିଥିଲେ। ଠିକ ସେହିପରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ  ତଥା ଅର୍ବାନ କାର୍ଯ୍ୟାଳୟରେ ଏସଡିଓ ରଙ୍କନିଧି ମାଝୀ କର୍ତ୍ତା ଭାବେ ଓ ଅର୍ବାନ୍ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ପଟେଲ ପୂଜାରେ କର୍ତ୍ତା ଭାବେ ବସିଥିବା ବେଳେ ରୀତିନୀତି ଅନୁଯାୟୀ ପୂରୋହିତଙ୍କ ଦ୍ବାରା ପୂଜା ସମାପ୍ତ ହୋଇଥିଲା। ଏଥିସହିତ ସହରର ଦୁଇ ଗୋଟି କୁଶଳୀ କାରୀଗର ସଂଘ କାର୍ଯ୍ୟାଳୟ ସହ କେତେକ ଛୋଟ ବଡ ଅନୁଷ୍ଠାନରେ ମଧ୍ୟ ବିଶ୍ବକର୍ମା ପୂଜା ଅନୁଷ୍ଟିତ ହୋଇଯାଇଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories