www.samajalive.in
Sunday, December 14, 2025
26.1 C
Bhubaneswar

ସମାଜସେବୀ ଉଦୟନାଥ ସାହୁଙ୍କ ପରଲୋକ

ପିପିଲି : ପିପିଲି ଓ ଡେଲାଙ୍ଗ ଅଞ୍ଚଳର ସଫଳ କୃଷକ ଓ ବରିଷ୍ଠ ସମାଜସେବୀ ଉଦୟନାଥ ସାହୁଙ୍କର ୯୭ବର୍ଷ ବୟସରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ନୀଳକଣ୍ଠନଗର ସ୍ଥିତ ବାସଭବନରେ ପରଲୋକ ଘଟିଛି । ଡେଲାଙ୍ଗରେ ଜନ୍ମିତ ସ୍ୱର୍ଗତ ସାହୁ ଜଣେ ସଫଳ ଚାଷୀ ଭାବେ ବେଶ୍‌‌ ପରିଚିତ ଥିଲେ। ସେ ୫୦ରୁ ଅଧିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିଲେ। ନିଜ ଜୀବନ କାଳ ମଧ୍ୟରେ ସେ ୨୦ରୁ ଉର୍ଦ୍ଧ୍ଵ ଗରୀବ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ରଖି ପାଠ ପଢାଇବା ଠାରୁ ଆରମ୍ଭ କରି ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି କରାଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ସ୍ୱର୍ଗତ ସାହୁଙ୍କର ପିଲାଟିବେଳୁ ସମାଜସେବା ଓ ସାହିତ୍ୟ ପ୍ରତି ଗଭୀର ଋଚି ଥିଲା। ଏକାଧାରାରେ ଜଣେ ସୁସାହିତ୍ୟିକ, ସୁସଂଗଠକ, ସମାଜ ସଂସ୍କାରକ, ପରୋପକାରୀ, ମିଷ୍ଠଭାଷି, ସ୍ନେହୀ ଓ ମେଳାପି ମଣିଷ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏକ ଶୋକାକୂଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଉମାକାନ୍ତ ସାହୁ ଓ କନିଷ୍ଠ ପୁତ୍ର ତଥା ପିପିଲିର ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ ମୁଖାଗ୍ନି ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories