www.samajalive.in
Wednesday, December 10, 2025
16.1 C
Bhubaneswar

ଚନ୍ଦ୍ରଭାଗାରେ ଵୋଇତ ଵନ୍ଦାଣ ସମାରୋହ

କୋଣାର୍କ : ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ପବିତ୍ର କାର୍ତ୍ତିକ ମାସ ଅବସରରେ ଚନ୍ଦ୍ରଭାଗା ବଜାର କମିଟି ଆନୁକୂଲ୍ୟରେ ପବିତ୍ର ଵୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ସଂଧ୍ୟାରେ ଶୋଭନୀୟ ଶିକ୍ଷାଶ୍ରମ ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କ ଦ୍ଵାରା ଗୋଟିପୁଅ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୋଡାନାଚ ସମେତ ଅନ୍ୟାନ୍ୟ ଚେତନା ଧର୍ମୀ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଛି। ରାତ୍ର ୧୦ଟା ରେ ବଜାର କମିଟି ଦ୍ବାରା ଅନୁଷ୍ଠିତ ଏହି ଵୋଇତ ବନ୍ଦାଣ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ଶୋଭନୀୟ ଶିକ୍ଷାଶ୍ରମ ଛାତ୍ରଛାତ୍ରୀ ମାନେ ସାଧବ ପୁଅ ଓ ବୋହୂର ଵେଶରେ ଵିଭୂଷିତ ହୋଇ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରେ ଉକ୍ତଳୀୟ କଳା, ନୌବାଣିଜ୍ୟର ସ୍ମାରଣୀର ପ୍ରତୀକ। ଏହି ଵୋଇତ ଵନ୍ଦାଣ ପରିପ୍ରେକ୍ଷୀରେ ବନ୍ଦାପନା କାର୍ୟ୍ୟ କରିଵାର କାର୍ୟ୍ୟକ୍ରମ ରହିଛି। ଶୁକ୍ରବାର ପ୍ରତ୍ୟୁଷର ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ମହୋଦଧି କୂଳେରେ ସୂର୍ୟ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରି ତାଙ୍କର ଆଶିଷ ଲାଭ କରିଵେ। ଵିଳମ୍ଵିତ ରାତ୍ରି ପର୍ୟ୍ୟନ୍ତ ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବା ସହ ଚନ୍ଦ୍ରଭାଗା ଵଜାର ଲୋକାରଣ୍ୟ ହୋଇପଡିଛି। କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିଵା ସହ ପ୍ରେଟୋଲିଂଗ ବ୍ୟବସ୍ଥାକୁ କଡାକଡି କରାଯାଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories