www.samajalive.in
Saturday, December 6, 2025
26.1 C
Bhubaneswar

ଅତାବିରା ବ୍ଲକ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଆରମ୍ଭ

ରେଙ୍ଗାଲିକ୍ୟାମ୍ପ : ଗୁରୁବାର ଦିନ ସକାଳ ୧୦ ଘଟିକାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ସମ୍ମୁଖରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ପରେ ଅହିଂସାର ପୂଜାରୀ ତଥା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଆରମ୍ଭ ହୋଇଥିଲା ଅତାବିରା ବ୍ଲକ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାସ ଆନ୍ଦୋଳନ । ଏଥିରେ ବ୍ଲକର ନୂତନ ପେନସନ ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ, ଏକ୍ସ କେଡର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟରତ କ୍ରୀଡା ଓ କଳା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଆନ୍ଦୋଳନକାରୀଙ୍କ ମତ ଅନୁସାରେ ପ୍ରାଥମିକ କେଡରରେ ଶିକ୍ଷକ ନିଯୁକ୍ତି ପ୍ରଥମେ ମ୍ୟାଟ୍ରିକ ସିଟି ଯୋଗ୍ୟତାରେ ଦିଆଯାଉଥିଲା। ବର୍ତ୍ତମାନ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପ୍ଲସ ଟୁ ସିଟି, ବି.ଏ. ସିଟି ବିଇଡି, ବି.ଏସ.ସି. ସିଟି ବିଇଡି ସହିତ ଓଟିଇଟି ଯୋଗ୍ୟତା ଧାରୀଙ୍କୁ ନିଆଯାଉଛି । ହେଲେ ଗ୍ରେଡ ପେରେ ପରିବର୍ତ୍ତନ ହୋଇ ନାହିଁ । ଏଥିପାଇଁ ୨୦୧୭ ଏବଂ ୨୦୨୨ ରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନଙ୍କ ଆହ୍ବାନ କ୍ରମେ ସାରା ଓଡ଼ିଶାରେ ମାସ ଆନ୍ଦୋଳନରେ ଅତାବିରା ବ୍ଲକ୍ ସଙ୍ଘ ତରଫରୁ ମାସ ଆନ୍ଦୋଳନ ଆରମ୍ଭ ହୋଇଅଛି । ଏଥିରେ ବ୍ଲକ ସଭାପତି ହରିହର ପଶାୟତ,ସଂପାଦକ ବିରେନ୍ଦ୍ର କୁମାର ଭୋଇ ବରଗଡ଼ ଜିଲ୍ଲା ଏନ୍ ପି ଏସ ଶିକ୍ଷକ ସଂଘ ଉପ ସଭାପତି ନନ୍ଦିଘୋଷ ଭୁଏ, ଅତାବିରା ବ୍ଲକ୍ ଏକ୍ସ କେଡ଼ର ସଭାପତି ସରୋଜ କୁମାର ପ୍ରଧାନ,କନିଷ୍ଠ ଶିକ୍ଷକ ସଭାପତି ସ୍ବରାଜ ପ୍ରଧାନ, ଶିକ୍ଷକ ମନୋରଞ୍ଜନ ମିଶ୍ର, ରଶ୍ମିରଞ୍ଜନ ସାହୁ, ଅର୍ଜୁନ ଚନ୍ଦ୍ର ପରିଡ଼ା, ରାଜେଶ ପ୍ରଧାନ, କେଶବ ଛନ୍ଦ, ରଶ୍ମି ରାଣୀ ନନ୍ଦ, ନନ୍ଦିନୀ ହୋତା, ରଞ୍ଜୁଲତା ମିଶ୍ର ଏବଂ ଅତାବିରା ବ୍ଲକ୍ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories