www.samajalive.in
Monday, December 8, 2025
24.1 C
Bhubaneswar

ଏସିଆ କପ୍‌ କ୍ରିକେଟ : ଭାରତ-ଶ୍ରୀଲଙ୍କା ଫାଇନାଲ ମୁକାବିଲା

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌ ଫାଇନାଲ ମୁକାବିଲା ହେବ । ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି । ବର୍ଷା ଯୋଗୁ ୪୨ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ଉଇକେଟ ହରାଇ ୨୫୨ ରନ୍‌ କରିଥିଲା। ଡର୍କଓ୍ବର୍ଥ ଲୁଇସ୍‌ ନିୟମରେ  ଶ୍ରୀଲଙ୍କା ପାଇଁ ୨୫୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ  ୮ ଉଇକେଟ ହରାଇ ଅନ୍ତିମ ବଲ୍‌ରେ ଦଳ ବିଜୟ ହାସଲ କରିଥିଲା।ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ଅପରାଜିତ ୮୬ ରନ୍‌ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ୍ଲା ଶଫିକ୍‌ ୫୨ ଓ ଇଫତିଖାର ଅହମଦ ୪୭ ରନ୍‌ କରିଥିଲେ। ପାକିସ୍ତାନ ୧୩୦ ରନ୍‌ରେ ୫ ଖେଳାଳିଙ୍କ ଉଇକେଟ ହରାଇବା ପରେ ଟପ୍‌ ସ୍କୋରର ମହମ୍ମଦ ରିଜଓ୍ବାନ (୮୬ଞ୍ଚ ରନ) ଓ ଇଫତିଖାର ଅହମଦ(୪୭ ରନ୍‌) ଷଷ୍ଠ ଉଇକେଟରେ ୧୦୮ ରନ୍‌ ଯୋଡିଥିଲେ। ରିଜଓ୍ବାନ ୭୩ ବଲ୍‌ ଖେଳି ୬ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଇଫତିଖାର ୪୦ ବଲ୍‌ ଖେଳି ୪ ଚୌକା ଓ ୨ ଛକା ମାରିଥିଲେ।

୨୫୨ ରନର ବିଜୟ ଲକ୍ଷ୍ୟ ଜବାବରେ କୁଶାଲ ମେଣ୍ଡିସଙ୍କ ୯୧ ରନ୍‌ ବଳରେ ଶ୍ରୀଲଙ୍କା ବିଜୟ ହାସଲ କରିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଚରିଥ୍‌ ଅସଲଙ୍କା ୪୯ , ସାଦିରା ସମରବିକ୍ରମା ୪୮, ପାଥୁମ ନିଶଙ୍କା ୨୯ ଓ କୁଶାଲ ପରେରା ୧୭ ରନ୍‌ ସ୍କୋର କରିଥିଲେ । ମେଣ୍ଡିସ୍‌ ୮୬ ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକା ମାରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories