www.samajalive.in
Thursday, December 11, 2025
15.1 C
Bhubaneswar

ଲୋକପ୍ରିୟ ବଲିଉଡ଼ ଅଭିନେତା ରିଓ କପାଡ଼ିଆଙ୍କ ପରଲୋକ

ମୁମ୍ବଇ: ହିନ୍ଦୀ ସିନେଜଗତର ଲୋକପ୍ରିୟ ଅଭିନେତା ରିଓ କପାଡ଼ିଆଙ୍କ ପରଲୋକ ଘଟିଛି। ବଲିଉଡ଼ର ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ରିଓ। ‘ଦିଲ୍‌ ଚାହତା ହୈ’, ‘ଚକ ଦେ ଇଣ୍ଡିଆ’ ଓ ‘ହାପି ନ୍ୟୁ ଇୟର’ ଆଦି ଚଳଚ୍ଚିତ୍ରରେ ଦମ୍‌ଦାର ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଶେଷ ଥର ପାଇଁ ତାଙ୍କୁ ପ୍ରାଇମ୍‌ ଭିଡିଓର ୱେବ୍‌ ସିରିଜ୍‌ ‘ମେଡ୍‌ ଇନ୍‌ ହେଭେନ୍‌-୨’ରେ ଦେଖିବାକୁ ମିଳିଥିଲା।

ଗୁରୁବାର ୬୬ବର୍ଷୀୟ ରିଓଙ୍କର ଦେହାନ୍ତ ହୋଇଥିବା ନେଇ ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ଆସନ୍ତାକାଲି ଆର୍ଥାତ୍‌ ସେପ୍ଟେମ୍ବର ୧୫ରେ ଗୋରେଗାଓଁର ଶିବ ଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ଅଭିନେତା ତାଙ୍କ ପତ୍ନୀ ମାରିଆ ଫରାହ ଏବଂ ୨ପୁଅ ଅମନ୍ ଓ ବୀରଙ୍କ ସହ ରହୁଥିଲେ। ତେବେ ରିଓଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

- Advertisement -

ସୂଚନାଯୋଗ୍ୟ, ନିଜ କ୍ୟାରିୟରରେ ଅନେକ ହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି ରିଓ କପାଡ଼ିଆ। ସେ ‘ଖୁଦା ହାଫିଜ୍’, ‘ବିଗ୍ ବୁଲ୍’,‘ ଏଜେଣ୍ଟ ବିନୋଦ’ ଆଦି ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଫିଲ୍ମ ବ୍ୟତୀତ ଟେଲିଭିଜନ ଜଗତରେ ମଧ୍ୟ ରିଓ ଜଣେ ପ୍ରମୁଖ ଚେହେରା ଥିଲେ। ଧାରାବାହିକ ‘ସପ୍ନେ ସୁହାନେ ଲଡକପନ୍ କେ’ ଏବଂ ସିଦ୍ଧାର୍ଥ ତିୱାରୀଙ୍କ ‘ମହାଭାରତ’ରେ ଗାନ୍ଧାରୀଙ୍କ ପିତା ଭୂମିକାରେ ସେ ଅଭିନୟ କରିଥି‌ଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories