www.samajalive.in
Thursday, December 11, 2025
13.1 C
Bhubaneswar

୫ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ‘କିରଣ ସ୍ମାରକୀ’ ସମ୍ମାନ

କେନ୍ଦୁଝରଗଡ଼: ଅବସରପ୍ରାପ୍ତ ଉଇଙ୍ଗ କମାଣ୍ଡର ତଥା ରୋଟାରିଆନ ସ୍ୱର୍ଗତଃ କିରଣ ଶଙ୍କର ସାହୁଙ୍କ ମୃତ୍ୟୁ ପରେ ପ୍ରଥମ ଜନ୍ମଦିବସରେ ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ୫ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ‘କିରଣ ସ୍ମାରକୀ’ ସମ୍ମାନରେ ସମ୍ମାନିତ କରାଯାଇଛି। ରୋଟାରୀଆନ ବସନ୍ତ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏହି ସମ୍ମାନ ପାଇଁ ସୁବେଦାର ମେଜର ବଳଭଦ୍ର ସାହୁ, ସୁବେଦାର ମେଜର ଚନ୍ଦ୍ରମଣି ଦଳେଇ, ଲେଫ୍ଟନାଣ୍ଟ କୃଷ୍ଣଚନ୍ଦ୍ର ସାହୁ, ହାବିଲଦାର ଶୁଭାଶିଷ ଚକ୍ରବର୍ତ୍ତୀ ଓ ସିପାହୀ ସୁରଜ କୁମାର ଦାଙ୍କୁ ଚୟନ କରାଯାଇ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ରୋଟାରୀ କ୍ଲବ ସଭାପତି ବିଶ୍ୱପ୍ରକାଶ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିରାଡମ୍ବର ସଭାରେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ମନୋଜ ମାନେକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚୟନ ହୋଇଥିବା ଏହି ୫ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପୁଷ୍ପଗୁଛ, ଉପଢ଼ୌକନ ଓ ଉପହାର ପ୍ରଦାନ ପୂର୍ବକ ପ୍ରଥମ ‘କିରଣ ସ୍ମାରକୀ’ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ରୋଟାରୀ କ୍ଲବ ସମ୍ପାଦକ ମହେଶ ଚାୱଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ରୋଟାରୀ କ୍ଲବ କେନ୍ଦୁଝରର ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories