www.samajalive.in
Thursday, December 11, 2025
13.1 C
Bhubaneswar

ରାୟଗଡ଼ା ଡିଏଫଓ ବିଜୟ ପରିଡ଼ା ନିଲମ୍ବିତ

ରାୟଗଡ଼ା: କୋଟିପତି ରାୟଗଡ଼ା ଡିଏଫଓ ଡ.ବିଜୟ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତ ଅଗଷ୍ଟ ୨୪ ତାରିଖରେ ଭିଜିଲାନ୍ସ ବିଭାଗ ରାୟଗଡା ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ନିଜ ଆୟର ୨୦୬ ଗୁଣା ଅଧିକ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଙ୍କ ନିକଟରୁ ଉଦ୍ଧାର ହୋଇଥିଲା । ଯାହାର ସଠିକ୍ ହିସାବ ଦେଇ ନପାରି ଗିରଫ ହୋଇଥିଲେ ରାୟଗଡା ଡିଏଫଓ ବିଜୟ ପରିଡା । ତାଙ୍କୁ ଗିରଫ କରି ଭୁବନେଶ୍ଵର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଏହାପରେ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।

ଗତ ୨୪ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁରର ୭ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଡିଏଫଓଙ୍କ ରାୟଗଡାସ୍ଥିତ ଏକ ଲକ୍ଷ ୨୪ ହଜାର ୬୦୦ ଟଙ୍କା ସହ ୬୫୦ ଗ୍ରାମ ସୁନା ଅଳଙ୍କାର, ଗୋଟିଏ ମାରୁତି କାର, ୨ଟି ମୋଟରସାଇକେଲ ସାଙ୍ଗକୁ ୧୭ ଲକ୍ଷ ୮୭ ହଜାର ଟଙ୍କାର ଘରକରଣା ସାମଗ୍ରୀ ଜବତ କରିଥିଲା ଭିଜିଲାନ୍ସ ବିଭାଗ । ଭୁବନେଶ୍ବର ପଟିଆରେ ଥିବା ଆଶୀର୍ବାଦ ପ୍ଲାଜାର ତୃତୀୟ ମହଲାରେ ଥିବା ଏକ ଫ୍ଲାଟ, କଟକରେ ଶ୍ରୀକରୁଣାରେ ଚାଲିଥିବା ଏକ ନିର୍ମାଣଧିନ ବିଲ୍ଡିଂ, ଭୁବନେଶ୍ଵର ପଳାଶୁଣିରେ ନିର୍ମାଣାଧୀନ ତିନି ମହଲା କୋଠା ରହିଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ସେଭଳି ଭୁବନେଶ୍ବର, ପୁରୀ, କଟକ ଓ ଯାଜପୁରର ପ୍ରାଇମ୍ ଲୋକେସନରେ ୧୭ଟି ପ୍ଲଟକୁ ଠାବ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ ଟିମ୍ । ୨୪ ତାରିଖ ରାତିରେ ତାଙ୍କୁ ରାୟଗଡାସ୍ଥିତ ସରକାରୀ ବାସଭବନରୁ ଭୁବନେଶ୍ଵର ନେଇ ସେଠାରେ ପଚରାଉଚରା କରିବା ପରେ ୨୫ ତାରିଖରେ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଏ ନେଇ ଭୁବନେଶ୍ଵର ଭିଜିଲାନ୍ସ କେସ ନମ୍ବର ୨୦ ଅନୁଯାୟୀ ଡିଏଫଓଙ୍କ ସହ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories