www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ

ଜାଣନ୍ତୁ ଏଭଳି କେତେକ ସହଜ ଉପାୟ ବିଷୟରେ ଯାହା ଦ୍ୱାରା ପ୍ରଭୁ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ..
ଯଦି ଆପଣ ବାରମ୍ବାର ରୋଗ ଗ୍ରସ୍ତ ହେଉଛନ୍ତି, ତେବେ ଏକ ପାତ୍ରରେ ଜଳ ରଖି ପ୍ରଭୁ ହନୁମାନଙ୍କ ପ୍ରତିମା ସମ୍ମୁଖରେ ରଖନ୍ତୁ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ସେହି ଜଳକୁ ପାନ କରନ୍ତୁ। ଏପରି ଲଗାତାର ୨୧ ଦିନ କରିବା ଦ୍ୱାରା ଆପଣଙ୍କୁ ରୋଗରୁ ମୁକ୍ତି ମିଳିବ।
ଅନ୍ଧାର କିମ୍ବା ନକରାତ୍ମକ ଶକ୍ତି ପ୍ରଭାବରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ସକାଳେ ୧୦୮ଥର ‘ ଓଁ ହଂ ହନୁମନ୍ତେ ନମଃ’ ମନ୍ତ୍ର ଜପ କରନ୍ତୁ।
ପ୍ରତି ମଙ୍ଗଳବାର ଓ ଶନିବାର ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ଗୁଡ଼, ଚଣା ଭୋଗ କରନ୍ତୁ। ଏଭଳି ୨୧ ଦିନ ଲଗାତାର କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ପ୍ରତି ମଙ୍ଗଳବାର ପ୍ରଭୁଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ଦ୍ୱାରା ଶନିଙ୍କ କୁପ୍ରଭାବ ପଡ଼ିନଥାଏ ବୋଲି କୁହାଯାଏ। ଏହିଦିନ ଆମିଷ ଓ ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ଏହା ସହ ପ୍ରତି ଶନିବାର ସୁନ୍ଦରାକାଣ୍ଡ ପାଠ କରିବାକୁ ଚେଷ୍ଟା କରନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories