www.samajalive.in
Saturday, December 13, 2025
26.1 C
Bhubaneswar

ସାନ୍ତରାପୁରରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟଙ୍କ ଅଭିଯୋଗ ଶୁଣାଣି

ପାଟଣା : ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ଶୁକ୍ରବାର ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କରିଛନ୍ତି । ବିଶେଷ କରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଜଙ୍ଗଲ ଜମି ଯୋଜନାରେ ପଟ୍ଟା, ଖାଦ୍ୟ ସୁରକ୍ଷା ଯୋଜନାରେ ପଡ଼ି କାର୍ଡ ପାଇଁ ଅଧିକ ଅଭିଯୋଗ ଆସିଥିଲା । କମିଶନ କାର୍ଯ୍ୟାଳୟ ପକ୍ଷରୁ ରାଧାକାନ୍ତ ତ୍ରିପାଠୀ, ପି.କେ ପରିଡ଼ା, ଡି.କେ ପଲାଇ ଓ ଦୀନବନ୍ଧୁ ନାୟକ ଏଠାରେ ଉପସ୍ଥିତ ଥିବା ବେଳେ ପଞ୍ଚାୟତର ପିଇଓ ନୀଳମଣି ଜେନା, ଘଟଗାଁ ବ୍ଲକ ପ୍ରଶାସନର ବିପିନ ବିହାରୀ ଖଣ୍ଡା, ଆଇଟିଡିଏରୁ ମନୋରଞ୍ଜନ ବେହେରା ଗ୍ରାମ୍ୟ ଆବାସ ବିଭାଗର ଦୟାସାଗର ମହାନ୍ତ, ଏମଆଇ ବାଜିନାଥ ମାହାଲି, ବନପାଳ ଚିତ୍ତରଞ୍ଜନ ପରିଡ଼ା ଓ ଯତୀନ୍ଦ୍ର କୁମାର ସାହୁ, ଏବିଇଓ ବେଣୁଧର ଆଚାର୍ଯ୍ୟ , ଏଆରଆଇ ବୁଲୁ ମହାରଣା, ସାନ୍ତରାପୁର ସରପଞ୍ଚ ବବିତା ସିଂ, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା ପ୍ରମୁଖ ଅନ୍ୟମାନେ ଶୁଣାଣିରେ ସାମିଲ ଥିଲେ। ଆଗତ ଅଭିଯୋଗର ସମାଧାନ ପାଇଁ କମିଶନ ସଦସ୍ୟ ଶ୍ରୀ ନାଏକ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories