www.samajalive.in
Monday, December 8, 2025
24.1 C
Bhubaneswar

ମୋଦୀ ସରକାରଙ୍କୁ ପ୍ରଶଂସା କଲେ ମନମୋହନ ସିଂ- କହିଲେ ଭାରତ ଠିକ୍‌ କରିଛି

ନୂଆଦିଲ୍ଲୀ – ରୁଷ୍‌ ଏବଂ ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଭାରତର ପଦକ୍ଷେପକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରଶଂସା କରିଛନ୍ତି । ଭାରତ ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି । ସାର୍ବଭୌମ ଏବଂ ଅର୍ଥନୀତିର ସୁରକ୍ଷା ଦୃଷ୍ଟିରୁ ମୋଦୀ ସରକାର ସଠିକ୍‌ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ମୋଦୀ ସରକାରଙ୍କ ସମୟରେ ତାଙ୍କ ସରକାରଠାରୁ ବୈଦେଶିକ ନୀତିର ପ୍ରଭାବ ଅଧିକ ରହିଥିବା କଥା ସୂଚନା ଦେଇଛନ୍ତି । ୨୦୦୪ରୁ ୨୦୧୪ ମଧ୍ୟରେ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳ ଅପେକ୍ଷା ଏବେ ଦେଶର ରାଜନୀତିରେ ବୈଦେଶିକ ନୀତର ଅଧିକ ଭଲ ପ୍ରଭାବ ରହିଥିବା କଥା ସେ କହିଛନ୍ତି ।

- Advertisement -

ମନମୋହନ ସିଂଙ୍କୁ ଜି୨୦ର ନୈଶ ଭୋଜିରେ ଆମନ୍ତ୍ରିତ କରାଯାଇଛି । ଇଣ୍ଡିଆନ୍‌ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଏହି ସୂଚନା ଦେଇଛନ୍ତି । ତାଙ୍କର ଜୀବନକାଳ ମଧ୍ୟରେ ଭାରତ ଜି୨୦ର ପ୍ରତିନିଧିତ୍ୱ କରୁଛି ଏବଂ ଭାରତ ବିଶ୍ୱର ନେତୃତ୍ୱକୁ ସ୍ୱାଗତ କରୁଛି ତାହା ବହୁତ ବଡ କଥା ବୋଲି କହିଛନ୍ତି ।

ରୁଷ୍‌ ଏବଂ ୟୁକ୍ରେନ୍ ଯୁଦ୍ଧ ବେଳେ ଭାରତ ଉପରେ ଅତ୍ୟଧିକ ଚାପ ରହିଥିଲା । ଭାରତ ଏହାର ଅର୍ଥନୀତି ଏବଂ ସାର୍ବଭୌମ୍ୟତ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories