www.samajalive.in
Thursday, December 11, 2025
26.1 C
Bhubaneswar

ସେପ୍ଟେମ୍ବର ୬କୁ କଳାଦିବସ ପାଳିଲା ଓଡ଼ିଶା କୁଡୁମୀ ସେନା

କେନ୍ଦୁଝରଗଡ଼: କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ସାମିଲ କରିବା ଦାବିରେ ସେପ୍ଟେମ୍ବର ୬ ତାରିଖକୁ ଓଡ଼ିଶା କୁଡୁମୀ ସେନା ପକ୍ଷରୁ ବୁଧବାର ଦ୍ୱିତୀୟବର୍ଷ ପାଇଁ କଳା ଦିବସ ପାଳନ କରାଯାଇଛି। ଓଡ଼ିଶା କୁଡୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ନେତୃତ୍ୱରେ ବୁଧବାର ଅପରାହ୍ନରେ ସ୍ଥାନୀୟ କାଳୀପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁଡୁମୀ ସମ୍ପ୍ରଦାୟକୁ ପୁନଃ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା, କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ, କୁଡୁମୀ ସମ୍ପ୍ରଦାୟଙ୍କ ମୁଖ୍ୟ ପର୍ବ ‘କରମା’କୁ ସରକାରୀ ଛୁଟି ଦିବସ ଘୋଷଣା ଏବଂ କୁଡୁମୀଙ୍କ ବିକାଶ ପାଇଁ ରାଜ୍ୟରେ ‘କୁଡୁମୀ ବିକାଶ ପରିଷଦ’ ଗଠନ କରିବାକୁ ଦାବି କରିଥିଲେ। ଉପରୋକ୍ତ ମର୍ମରେ ଓଡ଼ିଶା କୁଡୁମୀ ସେନା ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସେନାର ଏହି ୪ଦଫା ଦାବିକୁ ପୂରଣ କରାନଗଲେ ରାଜ୍ୟବ୍ୟାପୀ ଜାତିଭିତ୍ତିକ ଆନ୍ଦୋଳନ କରାଯିବ ବୋଲି କୁଡୁମୀ ସେନା ଜିଲା ସଭାପତି ତ୍ରିଲୋଚନ ମହାନ୍ତ, ଗୋପାଳ ମହାନ୍ତ, ବିଶ୍ୱଜିତ ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ, ଲମ୍ବୋଦର ମହାନ୍ତ, ମଧୁସ୍ମୀତା ମହାନ୍ତ, ଧରିତ୍ରୀ ମହାନ୍ତ, ତ୍ରିନାଥ ମହାନ୍ତ, କିଶୋର ମହାନ୍ତ ଓ ଅଶୋକ ମହାନ୍ତ ପ୍ରମୁଖ ସ୍ପଷ୍ଟ କରିଛନ୍ତି।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories