www.samajalive.in
Monday, December 8, 2025
27.1 C
Bhubaneswar

ରିଲିଜ୍‌ ହେଲା ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ର ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଭୂମି ପେଡନେକର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’କୁ ନେଇ ଚର୍ଚ୍ଚାରେ। ବଲିଉଡ ଅଭିନେତା ଅନୀଲ କପୁରଙ୍କ ଝିଅ ତଥା ଚଳଚ୍ଚିତ୍ର ନିର୍ମାତା ରିୟା କପୁର ଅଗଷ୍ଟ ୧୦ରେ ତାଙ୍କ ନୂଆ ଫିଲ୍ମର ଘୋଷଣା କରିଥିଲେ। ‘ଭିରେ ଦି ୱେଡିଙ୍ଗ୍‌’ ପରେ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ ହେଉଛି ତାଙ୍କ ଦ୍ୱିତୀୟ ପ୍ରୋଜେକ୍ଟ। ଭୂମିଙ୍କ ଏହି ଚଳଚ୍ଚିତ୍ରର ଟ୍ରେଲର ବୁଧବାର ରିଲିଜ୍ ହୋଇଛି ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଟ୍ରେଲର ଖୁବ୍‌ ମଜାଳିଆ ରହିଛି। ଦର୍ଶକଙ୍କୁ ଭୂମିଙ୍କ କମେଡ଼ି ତଡ୍‌କା ବେଶ୍‌ ପସନ୍ଦ ଆସିଛି।

‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ରେ ଭୂମିଙ୍କ ବ୍ୟତୀତ ଡଲି ସିଂହ, କୁଶା କପିଲା, ଶିବାନୀ ବେଦୀ, ପ୍ରଧୁମନ୍‌ ସିଂହ ମଲ୍‌, ନତାଶା ରସ୍ତୋଗୀ, ଗୌତମିକ୍‌, ସୁଶାନ୍ତ ଦିଭ୍‌ଗିକର, ସଲୋନୀ ଦୈନୀ, ଡଲି ଅହଲୁୱାଲିଆ, ଶେହନାଜ ଗିଲ୍‌, କରଣ କୁନ୍ଦ୍ରା ଓ ଅନୀଲ କପୁର ମଧ୍ୟ ଅଭିନୟ କରିଛନ୍ତି। ଟୋରଣ୍ଟୋ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ(ଟିଆଇଏଫଏଫ) ୨୦୨୩ରେ ଫିଲ୍ମର ପ୍ରିମିୟର ହେବ। ଅକ୍ଟୋବର ୬ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

- Advertisement -

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories