www.samajalive.in
Saturday, December 6, 2025
26.1 C
Bhubaneswar

ସନାତନ ଧର୍ମ ବିରୋଧରେ ମନ୍ତବ୍ୟ – ଉଦୟନିଧିଙ୍କ ମୁଣ୍ଡ ପାଇଁ ୧୦ କୋଟି ପୁରସ୍କାର

ଅଯୋଧ୍ୟା: ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ ଲାଗି ୧୦କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ। ଉଦୟନିଧିଙ୍କ ମୁଣ୍ଡକାଟ ପାଇଁ ଯଦି ଏହି ପୁରସ୍କାର ରାଶି ପର୍ଯ୍ୟାପ୍ତ ନ ହୁଏ ତେବେ ଏହାର ପରିମାଣ ସେ ବୃଦ୍ଧି କରିବେ ବୋଲି ପରମହଂସ କହିଛନ୍ତି। ପରମହଂସ କହିଛନ୍ତି ଯେ ଉଦୟନିଧି ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟ ଦେଶର ୧୦୦କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ଏଥିପାଇଁ ସେ କ୍ଷମା ମାଗିବା ଦରକାର। ଦେଶରେ ଯେଉଁ ବିକାଶ ହେଉଛି ତାହା ସନାତନ ଧର୍ମ ଯୋଗୁଁ ହେଉଛି। ଉଦୟନିଧିଙ୍କ ମୁଣ୍ଡ କାଟ ଲାଗି ପରମହଂସ ସୋମବାର ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ ଦେଖାଯାଇଛି ପରମହଂସ ଗୋଟିଏ ହାତରେ ଖଣ୍ଡା ଧରିଥିବାବେଳେ ଅନ୍ୟ ହାତରେ ଉଦୟନିଧିଙ୍କ ପୋଷ୍ଟର ଧରିଛନ୍ତି। ଯାହା ମୁଣ୍ଡକାଟର ସୂଚନା ଦେଉଛି। ଅନ୍ୟପଟେ ଡିଏମକେ ସମର୍ଥକମାନେ ସନ୍ଥଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସେହିପରି ଉଦୟନିଧି କହିଛନ୍ତି ଯେ ପରମହଂସ ଜଣେ ସାଧୁ ନୁହନ୍ତି। ଜଣେ ସାଧୁଙ୍କ ପାଖରେ ପୁରସ୍କାର ଦେବା ଲାଗି ଏତେ ଅର୍ଥ କେଉଁଠାରୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମାତ୍ର ୧୦ ଟଙ୍କାରେ ମୁଣ୍ଡ ପରିଷ୍କାର ହୋଇପାରିବ। ସେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରିବେ ବୋଲି ଉଦୟନିଧି କହିଛନ୍ତି। ଏହି ଘଟଣା ପରେ ପରମହଂସ ପୁରସ୍କାର ରାଶି ବଢ଼ାଇଦେବେ ବୋଲି ଘୋଷଣା କରିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories