www.samajalive.in
Monday, December 8, 2025
24.1 C
Bhubaneswar

ଅଷ୍ଟ୍ରେଲିଆର କର୍ଟିନ୍‌‌ ବିଶ୍ୱବିଦ୍ୟାଳୟରେ ପଢ଼଼ିବେ କେନ୍ଦୁଝରର ୫ ଛାତ୍ରଛାତ୍ରୀ

କେନ୍ଦୁଝରଗଡ଼଼: କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍‌‌ ପାସ କରିଥିବା ୫ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍‌‌ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ ବହନ କରିବ। ସୋମବାର ଏହି ୫ଜଣ ଛାତ୍ରଛାତ୍ରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦୁଝର ଜିଲାରୁ ଏହି ଛାତ୍ରଛାତ୍ରୀମାନେ ଅଷ୍ଟ୍ରେଲିଆ ଯାଇ କର୍ଟିନ୍‌‌ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୱେଷ୍ଟ ଅଷ୍ଟ୍ରେଲିଆନ୍‌‌ ସ୍କୁଲ୍‌‌ ଅଫ୍‌‌ ମାଇନ୍ସ, ମିନେରାଲ୍ସ, ଏନର୍ଜି ଆଣ୍ଡ କେମିକାଲ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନିଜର ଖୁସିବ୍ୟକ୍ତ କରିଥିଲେ। ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନୂଆ ଯାତ୍ରାପାଇଁ ଶୁଭେଚ୍ଛା ଜଣାଇବା ସାଙ୍ଗକୁ କଠିନ ପରିଶ୍ରମ ଦ୍ୱାରା ନିଜର ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ପ୍ରକାଶ ଯେ, କର୍ଟିନ୍‌‌ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉଦ୍ୟୋଗମାନଙ୍କର ସହ ସମ୍ପର୍କ, ଉଚ୍ଚପ୍ରଭାବ ଅନୁସନ୍ଧାନ ଏବଂ ନବୀନ ପାଠ୍ୟକ୍ରମର ବିସ୍ତୃତ ଶୃଙ୍ଖଳା ପାଇଁ ଏହା ସମଗ୍ର ବିଶ୍ୱରେ ବେଶ୍‌‌ ସୁପରିଚିତ। ଏହି ଶିକ୍ଷାନୁଷ୍ଠାନ ଲଗାତାର ୭ବର୍ଷ ଧରି ମିନେରାଲ୍‌‌ ଏବଂ ମାଇନିଂ ଇଞ୍ଜିନିୟରିଂ ଶିକ୍ଷାଦାନ କ୍ଷେତ୍ରରେ କ୍ୟୁଏସ୍‌‌ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଆସୁଛି। ଏଠାରେ ଅଧ୍ୟୟନ କରିବା ପାଇଁ କେନ୍ଦୁଝର ଜିଲାରୁ ମିନର୍ଭା ସାହୁ, ଅଦ୍ୱିକ କୁମାର, ଆକିବ୍‌‌ ଅହମ୍ମଦ, ଗିତିଶ ଶେଖର ନାୟକ ଓ ସରାଜ କୁମାର ବିଶ୍ୱକର୍ମା ଯୋଗ୍ୟତା ହାସଲ କରିଛନ୍ତି। ଏହି ସମସ୍ତ ଛାତ୍ରଛାତ୍ରୀ ପ୍ରଫେସନାଲ୍‌‌ ମାଇନିଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ଅଷ୍ଟ୍ରେଲିଆ ଯିବେ। ଏଥିପାଇଁ ୱେଷ୍ଟ୍‌‌ ଅଷ୍ଟ୍ରେଲିଆନ୍‌‌ ସ୍କୁଲ୍‌‌ ଅଫ୍‌‌ ମାଇନ୍ସ ସହ କେନ୍ଦୁଝର ଜିଲା ପ୍ରଶାସନର ବୁଝାମଣା ହାଇଛି। ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ୍‌‌ ରହିଛି। ଯେଉଁଠାରେ ଖଣିଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯାଗ ରହିଛି। ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଖୁବ୍‌‌ ଭଲ ଟ୍ରାକ୍‌‌ ରେକର୍ଡ଼ ମଧ୍ୟ ରହିଛି।

କେନ୍ଦୁଝର ଜିଲା ପ୍ରଶାସନ ଏବଂ ୱେଷ୍ଟ୍‌‌ ଅଷ୍ଟ୍ରେଲିଆନ୍‌‌ ସ୍କୁଲ୍‌‌ ଅଫ୍‌‌ ମାଇନ୍ସ ମଧ୍ୟରେ ହାଇଥିବା ଏହି ବୁଝାମଣା ପଛରେ ଏକ ମହତ ଉଦ୍ଦେଶ୍ୟ ରହିଛି। କେନ୍ଦୁଝର ଏକ ଜନଜାତି ବହୁଳ ସାଙ୍ଗକୁ ଏଠାରେ ଖଣିଜସମ୍ପଦର ଭଲ ଉପସ୍ଥିତି ମଧ୍ୟ ରହିଛି। ଏଣୁ ଜିଲାର ଶୈକ୍ଷିକ ବାତାବରଣକୁ ଉତ୍କୃଷ୍ଟତା ପ୍ରଦାନ କରିବା ଏବଂ ଏଠିକାର ଯୁବପୀଢ଼ିଙ୍କୁ ସଶକ୍ତ କରାଇବା ପାଇଁ ଏହା ଜିଲା ପ୍ରଶାସନକୁ ଏକ ସୁଯାଗ ପ୍ରଦାନ କରିଛି। ଏହି ବୁଝାମଣାର ଉଦ୍ଦେଶ୍ୟ କେବଳ କେନ୍ଦୁଝର ଜିଲାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ସୁବିଧା ଯୋଗାଇଦେବା ନୁହେଁ, ବରଂ କେନ୍ଦୁଝର ଜିଲାର ସ୍ଥାନୀୟ ପ୍ରତିଭାମାନଙ୍କର ପରିପୋଷଣ ମଧ୍ୟ ଏହାର ଲକ୍ଷ୍ୟ। ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍ଣ୍ଣ କରାଇ ସେମାନଙ୍କୁ ଭବିଷ୍ୟତରେ ନିଜ ଅଞ୍ଚଳର ବିକାଶରେ ନିୟୋଜନ କରାଇବା ଏବଂ ନେତୃତ୍ୱ ନେବାର ସୁଯାଗ ଦେବା ହେଉଛି ଜିଲା ପ୍ରଶାସନର ମୂଳ ଉଦ୍ଦେଶ୍ୟ। ଯାହାକି ଶୈକ୍ଷିକ ସଫଳତା ଏବଂ ଦାୟିତ୍ୱପୂର୍ଣ୍ଣ ମାନବସମ୍ବଳ ପରିଚାଳନାର ଏକ ଉଜ୍ଜଳ ଉଦାହରଣ ରୂପେ ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ସାକ୍ଷାତ ଆଲୋଚନା ସମୟରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌‌ ଓ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories