ଶୌଚ ବେଳେ ଜଣେ ଯୁବକଙ୍କୁ ଘେରିଗଲେ ତିନ ଭାଲୁ – ତାପରେ ହେଲା ଏପରି
ନୀଳଗିରି – ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ସକାଳୁ ଶୌଚପାଇଁ ଯାଇଥିବା ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର । ଏହି ଯୁବକ ଶୌଚ ପାଇଁ ଗାଁ ମୁଣ୍ଡ ଆଡକୁ ଯାଉଥିବା ବେଳେ ଶିବ ମନ୍ଦିର ନିକଟରୁ ୩ଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ ।
ଯୁବକଙ୍କ ମୁଣ୍ଡକୁ ରାମ୍ପୁଡି ଦେବାରୁ ସେ ଗୁରୁତର ହୋଇଥିଲେ । ଗୋଟିଏ ମା ଭାଲୁ ସହ ତିନୋଟି ଛୁଆ ଭାଲୁ ଯୁବକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଯୁବକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବାରୁ , ଭାଲୁ ଜଙ୍ଗଲ ଆଡକୁ ପଳାଇଥିଲେ ।
ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Comments are closed.