www.samajalive.in
Sunday, December 14, 2025
26.1 C
Bhubaneswar

ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ ଲ୍ୟାବ ଉଦଘାଟିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମୁସକାନ ଇଣ୍ଟର ନ୍ୟାସନାଲ ସ୍କୁଲରେ ଓଡିଶାର ପ୍ରଥମ ଗ୍ରାମୀଣ ସେସ୍ପ ଲ୍ୟାବର ଶୁଭାରମ୍ଭ ହୋଇଛି। ପିଲା ପଢିବେ ଜ୍ଞାନ ବିଜ୍ଞାନ ପାଠ। ଜାଣିବେ ମହାକାଶ ବିଷୟ। କେମିତି ରକେଟ ତିଆରି ହୁଏ କେମିତି ଏହାର ବ୍ୟବହାର କରାଯାଏ। କେମିତି ଚନ୍ଦ୍ର ଜାନ- ୩ ଚନ୍ଦ୍ରକୁ ଯାଇଥିଲା। ସ୍କୁଲରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ଇସ୍ରୋ ବୈଜ୍ଞାନିକ ତଥା ମହାକାଶଚାରି ଟି.ଏନ. ସୁରେଶ କୁମାର , ଓଡିଶାର ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ , ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ପୂର୍ବତନ ବିଧାୟକ ଆୟୁବ ଖାନ, ଏନଏସି ଚେୟାରମ୍ୟାନ ବରିଯାମ ସିଂହ ସାଲୁଜା, ବେଲପଡା ବ୍ଲକ ଉପଧକ୍ଷ ଦୁର୍ଯୋଧନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ ଲ୍ୟାବ ଆରମ୍ଭ ହୋଇଛି। ଯେଉ ଲ୍ୟାବ ମାଧ୍ୟମରେ ଛାତ୍ରୀ ମାନେ ବିଜ୍ଞାନ ବିଷୟରେ ଅଧିକ ଜାଣି ପାରିବେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧକ୍ଷ ବ୍ରଜେଶ ମିତ୍ତଲ, କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories