www.samajalive.in
Saturday, December 13, 2025
17.1 C
Bhubaneswar

ତାଳଚେର ବିଧାୟକଙ୍କ ଶିବିର ପରିସରରେ ବୋମା

ତାଳଚେର : ତାଳଚେରର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ପରିସରରେ ଆଜି ସକାଳେ ଏକ ଜୀବନ୍ତ ଟାଇମ୍‌‌ ବୋମା ଖଞ୍ଜାଯିବା ଘଟଣାକୁ କେନ୍ଦ୍ର କରି ଆତଙ୍କର ବାତାବରଣ ଖେଳି ଯାଇଛି। ଖବର ପାଇ ପୁଲିସ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳ ତତ୍କାଳ ପହଞ୍ଚି ବୋମାକୁ ଅଚଳ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ତଦନ୍ତ ଚଳାଇଛି।
ବିଧାୟକ ପ୍ରଧାନଙ୍କ ଭରତପୁର କ୍ୟାମ୍ପ ପରିସର ନିକଟରେ ଶୁକ୍ରବାର ସକାଳେ ଏକ ଟାଇମ୍‌‌ ବୋମା ପଡ଼ିଥିବା କେତେକ ଲୋକ ଦେଖି ତୁରନ୍ତ ବିଧାୟକଙ୍କୁ ଅବଗତ କରାଇଥିଲେ। ଖବର ପାଇ ବିଧାୟକ ସ୍ଥାନୀୟ ବିକ୍ରମପୁର ଓ କୋଲିୟରୀ ଥାନା ପୁଲିସକୁ ଜଣାଇଥିଲେ।

ଘଟଣାସ୍ଥଳକୁ ପୁଲିସ ବାହିନୀ ପହଞ୍ଚି ବୋମା ଦେଖିବା ପରେ ନନ୍ଦିରା ଓ ଭରତପୁର ରାସ୍ତାକୁ ବନ୍ଦ କରି ଦେଇଥିଲେ। ସେହି ରାସ୍ତା ଦେଇ ଚଳାଚଳ ନକରିବାକୁ ଲୋକଙ୍କୁ ବାରଣ କରିଥିଲେ। ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସରଞ୍ଜନ ବାରିକ ଓ ଅନୁଗୋଳର ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ପ୍ରାୟ ଅଧାଘଣ୍ଟା ଭିତରେ ବୋମାକୁ ନିଷ୍କ୍ରିୟ କରିଥିଲେ। ଏହି ବୋମାରେ ବିସ୍ଫୋରକ ଦ୍ରବ୍ୟ ଅଛି କି ନାହିଁ ତାହାର ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି। କେତେକ କୁଚକ୍ରୀ ଗୋଷ୍ଠୀଙ୍କ ଏହି କାମ ବୋଲି ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଲୋକ ସମର୍ଥନ ବୃଦ୍ଧି ଯୋଗୁ ଏଭଳି ଷଡଯନ୍ତ୍ର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

- Advertisement -

ସୂଚନାଯୋଗ୍ୟଯେ, ପୂର୍ବରୁ ବିଧାୟକ ବ୍ରଜ ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଗୃହ ଏବଂ ତାଳଚେରଠାରେ ଥିବା ଏହି କ୍ୟାମ୍ପ ଅଫିସରେ ଦୁଇଟି ଦାମୀ ଗାଡ଼ି ପୋଡ଼ି ଦିଆଯାଇଥିଲା। ହାଣ୍ଡିଧୂଆସ୍ଥିତ ନିଜ ପୈତୃକ ଘରେ ମଧ୍ୟ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ନେଇ ବିଧାୟକଙ୍କ ସମର୍ଥକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯେଉଁମାନେ ଏହିସବୁ କାର୍ଯ୍ୟ କରୁଛନ୍ତି ଖୁବ୍‌‌ଶୀଘ୍ର ସେମାନେ ଧରା ପଡ଼ିବେ ବୋଲି ପୁଲିସ କହିଛି। ଘଟଣା ପରେ ବିଧାୟକଙ୍କ କ୍ୟାମ୍ପ ଅଫିସ୍‌‌ରେ କଡ଼ା ପୁଲିସ ବ୍ୟବସ୍ଥା କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୁଲିସ କହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories