www.samajalive.in
Saturday, December 13, 2025
26.1 C
Bhubaneswar

‘କର୍ମଯୋଗୀ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ’

ଭୁବନେଶ୍ବର : ସେବା ମନୋବୃତ୍ତି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଅବସର ନଥାଏ। ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ତଥା ଅନୁଷ୍ଠାନ ପାଇଁ କିଛି କର୍ମ କରିବା ଦରକାର। କର୍ମଯୋଗୀଙ୍କ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ। ସେମାନେ ସେବା, ତ୍ୟାଗ ଓ ସମର୍ପଣ ଭାବ ନେଇ ନିଜର ଅଭିଜ୍ଞତାକୁ ସମାଜ ହିତରେ ଲଗାଇବା ଉଚିତ। ଜଣେ ସ୍ନେହୀ ଓ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଭାବେ ଜଣାଶୁଣା ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କ ଶିକ୍ଷା ତଥା ଲୋକ ପ୍ରସାଶନ କ୍ଷେତ୍ରରେ ଅବଦାଳନ ଅତୁଳନୀୟ ବୋଲି ବକ୍ତାମାନେ କହିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରସାଶନ ବିଭାଗ ପୂର୍ବତନ ମୁଖ୍ୟ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ସଂଯୋଜିକା ତଥା ସିଣ୍ଡିକେଟ ସଦସ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଲୋକ ପ୍ରଶାସନ ଓ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୁରାତନ ଛାତ୍ର ସଂଗଠନ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ପ୍ରଫେସର ନିରଞ୍ଜନ ପାଣି ସଭାପତିତ୍ବ କରିଥିଲେ। ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀ, ସହକାରୀ ପ୍ରଫେସର ଡ.ଜ୍ୟୋର୍ତିମୟୀ ଟୁଡୁ ପ୍ରମୁଖ ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ଏବଂ ଲୋକ ସମ୍ପର୍କ ବିଭାଗକୁ ତାଙ୍କର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

- Advertisement -

ଏହି ଅବସରରେ ବିଦାୟୀ ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସହକାରୀ ପ୍ରଫେସର ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପ୍ରଫେସର ପଦ୍ମାଳୟା ମହାପାତ୍ର କମଳା ନେହରୁ ୱମେନ୍ସ କଲେଜରୁ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ଏକାମ୍ର କଲେଜ, ଖୋର୍ଦ୍ଧା ପ୍ରାଣନାଥ କଲେଜ, ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ସଫଳତାର ସହ ୩୭ ବର୍ଷରୁ ଅଧିକ ଶିକ୍ଷାଦାନ ଓ ଗବେଷଣା କରି ପ୍ରଶଂସିତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories