www.samajalive.in
Friday, December 12, 2025
26.1 C
Bhubaneswar

ମା’ ମରିଗଲା ପରେ ଉଜୁଡିଯାଇଛି ୮ବର୍ଷର ଝିଅର ଜୀବନ, ୬ମାସ ଶିଶୁର ଭାଗ୍ୟ

ଗୁରୁଡିଝାଟିଆ: ଶିଶୁ ହସିଲେ ଦେଶ ହସିବ। ଆଜିର ଶିଶୁ କାଲିର ଭବିଷ୍ୟତ। ସେମାନଙ୍କୁ ଉପଯୁକ୍ତ ଭାବରେ ଗଢିତୋଳି ସମାଜ ଗଠନରେ ବିନିଯୋଗ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ। ଶିଶୁ ଓଠର ଖିଲିଖିଲି ହସ ରେ ଥାଏ ସମ୍ଭାବନାର ମହକ। ହେଲେ ଅନେକ ସମୟରେ ଶିଶୁଟି ଦୁନିଆର ଭଲମନ୍ଦ ଜାଣିବା ପୂର୍ବରୁ ତାର ହସ ଓଠରୁ ଲିଭିଯାଇଥାଏ। ଏ ଦୁଆର ସେ ଦୁଆର ହୋଇ ପେଟ ଚାଖଣ୍ଡଙ୍କ ପାଇଁ ଘୁରିବୁଲେ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆଠଗଡ ବ୍ଲକ ଗୋବରା ପଞ୍ଚାୟତର ଖାକ୍ସା ଗ୍ରାମରେ। କଅଁଳ ବୟସ(୮)। ଠିକରେ ଦୁନିଆକୁ ବୁଝିନାହିଁ। ଯେଉଁ ହାତରେ ବହି ସିଲଟ ଧରି ବିଦ୍ୟାଳୟକୁ ଯାଇ ପିଲାଙ୍କ ଗହଳରେ ଭଲ ଓ ବଡ ମଣିଷ ହେବା ପାଇଁ ପାଠ ପଢିବା କଥା। ସେହି ବୟସରେ ନିଜର ୬ମାସର ଭଉଣୀ ଓ ୪ବର୍ଷର ଭାଇର ଭବିଷ୍ୟତ ଗଢୁଛି। ସକାଳ ହେଲେ କାଖରେ ସାନ ଭଉଣୀ ଆଲିସା(୬ ମାସ) କୁ ଧରି ବଡଭଉଣୀ ଲିସା (୮) ଧୋରେ ବାଇଆ ଧୋ ଗୀତ ଗାଇ ତାର କାନ୍ଦକୁ ବନ୍ଦ କରି ବିସ୍କୁଟ ପାଣି ଖାଇବାକୁ ଦେଉଛି। କେବଳ ସେତିକି ନୁହେଁ ସାନଭାଇ ଜୟଜିତ୍(୪) ର ପେଟରେ ଦାନା ଦେବା ପାଇଁ ବାର ଦୁଆରକୁ ଯିବାକୁ ପଡୁଛି। ଯେଉଁ ବୟସରେ ହସ ଖୁସିରେ ସାଙ୍ଗସାଥି ଗହଳରେ ପାଠ ପଢିବା କଥା , ସେହି ବୟସରେ ୩ୟ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି ଦୁଇଭାଇଭଉଣୀଙ୍କ ଭବିଷ୍ୟତ ଗଢୁଛି ଲିସା।

କଅଁଳ ବୟସରେ ପିଲାଟି ଦୁଇ ଭାଇଉଉଣୀଙ୍କ ଭାରକୁ ବୁଝିଥିଲେ ମଧ୍ୟ ସରକାରଙ୍କ କୌଣସି ବ୍ୟବସ୍ଥା ତାଙ୍କ ପାଖରେ ପହଞ୍ôଚପାରିନାହିଁ। ଜନଜାତିଙ୍କ କଲ୍ୟାଣ ପାଇଁ ଗଣ୍ଡାଗଣ୍ଡା ଯୋଜନା ରହିଅଛି। ସ୍ୱତନ୍ତ୍ର ବିଭାଗ ରହିଥିବା ବେଳେ ଚପରାଶି ଠାରୁ ସଚିବ ପର୍ଯ୍ୟନ୍ତ ନିଯୁକ୍ତି ହୋଇଛନ୍ତି। ହେଲେ ଛୋଟ ବୟସରେ ଅଧାରୁ ପାଠଛାଡି ଦୁଇ ଭାଇଉଉଣୀଙ୍କ ମୁହଁରେ ଦାନା ଦେବା ପାଇଁ ଏଘରରୁ ସେ ଘର ହେଉଥିବା ଲିସାର ଦୁର୍ଦ୍ଦଶା ବୁଝିବାକୁ ସତେଅବା କେହି ନାହାନ୍ତି ? ଦିଓଳି ଦୁଇମୁଠା ଖାଦ୍ୟ ଦେଇପାରୁନଥିବାରୁ ସାନଭଉଣୀ ଆଲିସା ଅପପୃଷ୍ଟିରେ ଆକ୍ରାନ୍ତ ହେଲାଣି। ଆଖିଦୁଇଟା କୋରଡ ଭଳି ପଶିଯାଇଛି। କଣ କରିବ ଦିମୁଠା ଭାତ ତ ଦେଇପାରୁନାହିଁ। ପୃଷ୍ଟିସାର ଜାତୀୟ ଖାଦ୍ୟ ଖାଇବ ବା କେଉଁଠୁ। ଉଲ୍ଲେଖଯୋଗ୍ୟ ଲିସାର ବାପା ହାଜତରେ ଥିବା ବେଳେ ଗତ କିଛିଦିନ ତଳେ ମଆ ରାନୀ କାଲୁଡିଆ ୧୦ ଦିନ ହେଲା ରୋଗରେ ପଡି ଆରପାରିକୁ ଚାଲିଯାଇଛି। ଫଳରେ ୩ପିଲାଙ୍କ ମୁଣ୍ଡରେ ଦୁଃଖର ପାହାଡ ଖସିପଡିଛି।ଫଳରେ ବଡଭଉଣୀ ଲିସା ରାହାଙ୍ଗୁଳ ଆଶ୍ରମ ସ୍କୁଲରେ ୩ୟ ଶ୍ରେଣୀରେ ପଢୁଥିବା ବେଳେ ମାଆ ମରିଗଲା ପରେ ଅଧାରୁ ପାଠଛାଡି ଏବେ କଅଁଳ ହାତରେ ଦୁଇ ଭାଇଭଉଣୀଙ୍କ ଭବିଷ୍ୟତ ଗଢିବାରେ ଲାଗିପଡିଛି ହେଲେ ଏଥିରେ ସେ କେତେଦୂର ସଫଳ ହେବ ତାହା ସମୟ କହିବ। କାରଣ ସେ ତ ନିଜେ ଦୁନିଆ କଣ ଜାଣିନି। ତଥାପି ନିଜ ଭାଇଭଉଣୀ ତ। ସେମାନଙ୍କୁ ପାଖରେ ଶୁଆଇ ମାଆର ଶୂନ୍ୟତାକୁ କେତେକାଂଶରେ ପୁରଣ କରୁଛି।

- Advertisement -

ଅବଶ୍ୟ ବଡବାପା ଲାଦୁରା ସହାୟତାର ହାତ ବଢାଉଥିଲେ ମଧ୍ୟ ତା’ର ୪ଟି ସନ୍ତାନସନ୍ତତି। ନିଜ ପିଲାଙ୍କୁ ଦିଓଳି ଦିମୁଠା ଖାଇବାକୁ ଦେଇପାରୁନଥିବା ବେଳେ ସାନଭାଇର ପିଲାକୁ ଦେବ ବା କିପରି? ଏଭଳିସ୍ଥିତିରେ ମାଆ ମରିଗଲା ପରେ ୩ ଭାଇଭଉଣୀଙ୍କ ଶୈଶବ ସଂପୂର୍ଣ୍ଣ ଉଜୁଡି ପଡିଛି। ସରକାର ଏଥିପ୍ରତି ଦୃଷ୍ଟିଦେବା ସହ ସେମାନଙ୍କୁ ସରକାରୀସ୍ତରରେରହିବା ଓ ପଢିବା ପାଇଁ ବନ୍ଦୋବସ୍ତ କଲେ ୩ ଭାଇଭଉଣୀଙ୍କ ଭାଗ୍ୟ ପୁଣି ଫେରିପାଇବେ। ଆଉ ସେମାନେ ମିଳିମିଶି ବିଦ୍ୟାଳୟକୁ ଯାଇ ଭଲ ଓ ବଡ ମଣିଷ ହୋଇପାରିବେ। ସରକାର ଏଥିପ୍ରତି ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories