www.samajalive.in
Friday, December 12, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଏବଂ ସ୍ବେଚ୍ଛାସେବୀ ସ୍ୱରାଜଙ୍କୁ ମିଳିବ ଏନଏସଏସ ରାଜ୍ୟ ପୁରସ୍କାର ୨୦୨୨-୨୩

ଗୋପାଳପୁର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଦିନ ଜାତୀୟ ସେବା ଯୋଜନା (ଏସ୍ଏସ୍ଏସ୍) ରାଜ୍ୟ ପୁରସ୍କାର (୨୦୨୨-୨୩) ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବିଭାଗର ଚିଠି ନମ୍ବର ୩୭୩୫୬ ପ୍ରକାରେ ଉଲେଖ ରହିଛି। ଏକ ସ୍ବତନ୍ତ୍ର ଉତ୍ସବରେ ବିଜେତାଙ୍କୁ ଟ୍ରଫି, ନଗଦ ଅର୍ଥରାଶି, ପଦକ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯିବ। ୩ଜଣ ପ୍ରୋଗ୍ରାମ ଅଫିସର, ୩ଟି ଶ୍ରେଷ୍ଠ କଲେଜ ୟୁନିଟ୍, ବୃକ୍ଷରୋପଣ, ରକ୍ତଦାନ ପାଇଁ ୨ଟି ୟୁନିଟ୍ ସମେତ ୧୨ଜଣ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବ। ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏନ ଏସ ଏସ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶଙ୍କୁ ଶ୍ରେଷ୍ଠ ୟୁନିଟ ତଥା ଅଧିକାରୀ ରୂପେ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗର ଛାତ୍ର ସ୍ବରାଜ ମହାନ୍ତିକୁ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ରୂପେ ପୁରସ୍କାର ଦିଆଯିବ। ଏହି ଗୌରବ ପାଇଁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ୍, ପିଜି କାଉନ୍‌ସିଲ୍ ଚେୟାରମ୍ୟାନ ପ୍ରଫେସର ସୁଶାନ୍ତ ବରାଳ, ଏନ୍‌ଏସ୍‌ଏସ୍‌ କୋର୍ଡିନାଟର ଡ. ଜୟନ୍ତ କୁମାର ପଣ୍ଡା, ପୂର୍ବତନ ଗଞ୍ଜାମ ଜିଲା କାର୍ଯ୍ୟକ୍ରମ ଅଧିକାରୀଣି ସ୍ୱର୍ଣ୍ଣଲତା ପଟ୍ଟନାୟକ, ବର୍ତ୍ତମାନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୁଦାମ ବିଷୋୟୀ ଙ୍କ ସମେତ ଅନ୍ୟମାନେ ଏହି ଦୁଇ ଜଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଗତ ବର୍ଷରେ ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ ଓ ସଚେତନତା ଶିବିର ମାନ ଆୟୋଜନ କରାଯାଇଛି ଯେପରି ମହିଳା ମାସିକ ଋତୁସ୍ରାବ ଜନିତ ସ୍ବଚ୍ଛତା, ଡିଜିଟାଲ ସାକ୍ଷରତା, ସ୍ୱଚ୍ଛ ଭାରତ ଓ ସ୍ୱଚ୍ଛ ପରିବେଶ, ରକ୍ତ ଦାନ ଶିବିର, ବିଶାଳ ମାନବ ଶୃଙ୍ଖଳ ରେ ଭାରତ ମାନଚିତ୍ର, ଜିଲା ଯୁବ ନେତୃତ୍ବ ଶିବିର, ସମୁଦ୍ର ବେଳାଭୂମି ସ୍ବଚ୍ଛତା ଆଦି କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories